ତେରେସିଙ୍ଗା ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ଅକାଳ ବିୟୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ତେରେସିଙ୍ଗା ପଂଚାୟତର ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ଆଜି ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୩ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସ୍ୱର୍ଗତା ନାଏକ ତେରେସିଙ୍ଗା ପଂଚାୟତର ପ୍ରଥମ ମହିଳା ସରପଞ୍ଚ ଭାବେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦାୟିତ୍ୱରେ ଥାଇ ବହୁ ଜନହିତକର କାର୍ଯ୍ୟ କରିଥିଲେ । ତାଙ୍କ ସ୍ୱାମୀ ଯୁଗଳ କିଶୋର ନାଏକ ଜଣେ ଜଣାଶୁଣା ସମାଜସେବୀ ଅଟନ୍ତି । ଜୟଶ୍ରୀଙ୍କ ଅକାଳ ବିୟୋଗରେ କର୍ଲାମୁଣ୍ଡା ପ୍ରେସ କ୍ଲବ, ତେରେସିଙ୍ଗା ଗ୍ରାମ୍ୟ କମିଟି ସମେତ ବହୁ ଅନୁଷ୍ଠାନ ଗଭୀର ଶୋକପ୍ରକାଶ କରି ଅମର ଆତ୍ମାର ସଦଗ୍‌ତି କାମନା କରିଛନ୍ତି ।

Leave A Reply

Your email address will not be published.