oom

ୱାଇସିଡିଏ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ପକ୍ଷରୁ ଘଣ୍ଟାପଡା ପଞ୍ଚାୟତ ସଭାଗୃହ ଠାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବେସିକ ନିଡ୍‌ସ ଇଣ୍ଡିଆ, ବାଙ୍ଗାଲୋର ସହାୟତାରେ ପ୍ରୋଗାମ ଅଫିସର ରଣଜିତ ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ଘଣ୍ଟାପଡା ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଵରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ସାହୁ, ୱାଇସିଡିଏ ବ୍ଲକ କୋଡିନେଟର ବ୍ୟାସଦେବ ନାଏକ ଓ ସୁରେଶ ପ୍ରଧାନ ଯୋଗଦେଇ ମାନସିକ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରିବା ସହିତ ତାଙ୍କୁ ସ୍ନେହ ଶ୍ରଦ୍ଧା ଏବଂ ଉପଯୁକ୍ତ ସମୟରେ ଖାଇବା ପିଇବାକୁ ଦେଇ ସାମାଜିକ କାର୍ୟ୍ୟରେ ଏବଂ ଜୀବନ ଜୀବିକା କାର୍ୟ୍ୟରେ ସାମିଲ୍ କଲେ ପୂର୍ବାବସ୍ଥାକୁ ଫେରାଇ ଆଣି ହେବ ବୋଲି ମତବ୍ୟକ୍ତ କରିଥିଲେ । କାର୍ୟ୍ୟକ୍ରମର ଶେଷ ପର୍ୟ୍ୟାୟରେ ଉପସ୍ଥିତ ଥିବା ଅସୁସ୍ଥ ମାନସିକ ରୋଗୀ ଏବଂ ଯତ୍ନକାରୀମାନ‌ଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ସରପଞ୍ଚଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପ୍ରଭାସ ପ୍ରଧାନ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ତରଙ୍ଗିନୀ ସେଠୀ ଏବଂ ୱାଇସିଡିଏର କର୍ମକର୍ତ୍ତା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.