centurian jitm

ନୂତନ ବ୍ଲକ ଘୋଷଣା ଦାବିରେ ସୋନପୁରରେ ମେଣ୍ଡା ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା

nschool
  • ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରେରଣ

ସୋନପୁର, (କେପିଏନ୍‌ଏସ୍‌) : ରାଜ୍ୟରେ ନୂତନ ବ୍ଲକ ପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ତଥା ବୃହତଗ୍ରାମ ଐତିହାସିକ ମେଣ୍ଡା ଗ୍ରାମପଞ୍ଚାୟତକୁ ବ୍ଲକ ଘୋଷଣା କରିବାକୁ ଦାବି ତେଜୁଛି । ଆଜି ମେଣ୍ଡା ଅଞ୍ଚଳର ହଜାର ହଜାର ସଂଖ୍ୟାରେ ପୁରୁଷ/ମହିଳା ସୋନପୁର ଜିଲ୍ଲା ସଦରମହକୁମାରେ ଏକ ବିଶାଳ ଶୋଭାଯାତ୍ରାକରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପାରମ୍ପରିକ ବାଦ୍ୟଯନ୍ତ୍ର,ମହିଳା ଗୋଷ୍ଠୀଙ୍କ ନାମକିର୍ତ୍ତନ ସମ୍ବଳିତ ଶୋଭାଯାତ୍ରାରେ ସୋନପୁର ସହର କମ୍ପିଉଠିଥିଲା । ନିଜ ଅଞ୍ଚଳର ନ୍ୟାର୍ଯ୍ୟଦାବିରେ ପ୍ରତ୍ୟେକ ପରିବାରରୁ ଦୁଇଜ ଲେଖାଏଁ ବାହାରି ଏହି ଶୋଭାଯାତ୍ରାରେ ଲୋକମାନେ ସାମିଲ ହୋଇଥିଲେ । ପ୍ରଥମେ ମେଣ୍ଡାଗଡର ଇଷ୍ଟଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରି ମେଣ୍ଡାରେ ଏକ ଶୋଭାଯାତ୍ରା କରାଯାଇଥିଲା । ପରେ ହାଇସ୍କୁଲ ପଡିଆରୁ ବାହାରି ଦେଉଳପଦର, ନାରାୟଣପୁର, ଗଡିଆ, ବିଶିମୁଣ୍ଡା ଦେଇ ସୋନପୁରରେ ଲୋକମାନେ ପହଞ୍ଚିଥିଲେ । ଏଠାରେ ବ୍ଲକଛକ ଠାରୁ ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ପ୍ଲାକାର୍ଡ ଧରି ନୂତନ ମେଣ୍ଡାବ୍ଲକ ଆମର ଦାବି ନାରାଦେଇ ପଟାଭାଡିଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଖୁବ ନାରାବାଜି କରିଥିଲେ । “ନୂତନ ବ୍ଲକଗଠନ ଆମର ଦାବି..ସରକାର ତୁମେ ମାନିନିଅ”, “କ୍ଷମତାର ବିକେନ୍ଦ୍ରିକରଣ ଆମର ଦାବି”, “ଜୟ ଜଗନ୍ନାଥ, ଜୟ ମାଁ ମେଣ୍ଡାଶୁଣୀ, ଜୟମାଁ ବାରପାହାଡ, ଜୟ ମାଁ ସୁରେଶ୍ୱରୀ” ଇତ୍ୟାଦି ନାରାଦେଇ ଅଞ୍ଚଳକୁ ପ୍ରକମ୍ପିତ କରିଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନ ଦାବିପତ୍ରଗ୍ରହଣ କରିଥିଲେ । ମେଣ୍ଡା, ଦେଉଳପଦର, ରାଣିସର୍ଡା, ପାଇକବାହାଲ, ପୁଆ, ଜରାଜାରିଂ ଅଞ୍ଚଳର ମେଣ୍ଡା ସରପଞ୍ଚ ଲିଜାରାଣି ଦଣ୍ଡସେନା, ସମିତି ସଭ୍ୟ ବିଷ୍ଣପ୍ରିୟା ମିଶ୍ର, ଗୋପାଳ କର୍ମି, ପାକବାହାଲ ସରପଞ୍ଚ ପିଙ୍କି ଶିକା, ସମିତିସଭ୍ୟ ରାଜକିଶୋର ଭୁଏ, ସଂଗଠକ, ମକୁନ୍ଦ ସାହୁ, ପ୍ରଶନ୍ନ ପର୍ଡିଆ, ନାରାୟଣ ଝାଙ୍କର, ଟଙ୍କଧର ମେହେର, ବିଶ୍ୱାମିତ୍ର ନାଏକ, ରାଜୀବ ଯୋଷୀ, ରାଜେନ୍ଦ୍ର ପଣ୍ଡା, କିଶୋର ପଣ୍ଡା, ନକୁଳ କର୍ଣ୍ଣ, ରାଜେନ୍ଦ୍ର ଝାଙ୍କର, ବିଭୁତି ଝାଙ୍କର, ପ୍ରମୋଦ ପର୍ଡିଆ, ସିଦ୍ଧାର୍ଥ ଅଗ୍ରୱାଲ, ପ୍ରସାଦି କର୍ଣ୍ଣ, ଭାଗିରଥି ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରୋତ୍ତମ ମଲ୍ଲିକ, କ୍ଷମାନିଧି ଝାଙ୍କର, କିର୍ତ୍ତନ ଦୀପ, ଭୁବନାନନ୍ଦ ବାଦୀ, ମଥାମଣୀ ହରିପାଲ, ପୁପ୍‌ପ୍ପଞ୍ଜଳି ମେହେର, ସନ୍ତୋଷିନୀ ସାହୁ, ଜୟନ୍ତୀ ମେହେର,କପିଳ ସୁନା,ଦେବେନ୍ଦ୍ର ପର୍ଦ୍ଧିର୍ଆ,ଭିକାରୀ ମେହେର,ହାଡୁ ଜେନା, ହୃଷିକେଶ ପାତ୍ର, ନରହରି ପୂଜାହାରୀ, ବୀରବର ଝାଙ୍କର, ହରିଶଙ୍କର ପୁରୋହିତ, ଆନନ୍ଦ ପୂଜାହାରୀ, ବନବାସ ମେହେର, ସବ୍ୟସାଚୀ ଦଣ୍ଡସେନା, ଶେଷଦେବ ମେହେର, ଲୋକନାଥ ବାଦୀ, ଗୁଣନିଧି ନାଗ, ସୁରୁୁବାବୁ ମେହେର, ଦୁର୍ବାଦଳ ଷଢଙ୍ଗୀ, ଜନାର୍ଦ୍ଦନ ଟାଲି, ନିରଂଜନ ଟାଲି, ମଦନ , ମଦନମୋହନ ପଣ୍ଡା, ଭୂଷଣ ଜେନା, ଧିରେନ୍ଦ୍ର ଝାଙ୍କର, ପୁରନ୍ଦର ମେହେର, ଅଜିତ ପାଣିଗ୍ରାହୀ, ମହାଦେବ ଜେନା, ସନାତନ ରଣା, ନରେନ୍ଦ୍ର ସା, ଓମପ୍ରକାଶ ଦଳବେହେରା, ପ୍ରତାପ ଦନ୍ତା, ଅଭିମନ୍ୟୁ ପାଢୀ, ଗୋବିନ୍ଦ ମୁଖି,ରଂଜନ ବରାଇ, ଦାସରଥି ପଣ୍ଡା,ସୁରୁ ମେହେର, ଗୁହାଲୁ ମେହେର, ନବୀନ ରାଉତ, ଜିତେନ୍ଦ୍ରୀୟ ପଣ୍ଡା, ବୁଲେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ହଜାର ସଂଖ୍ୟାରେ ପୁରୁଷ ମହିଳା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ତରଭା ବ୍ଲକରେ ୨୧ଟି ପଞ୍ଚାୟତ ଥିବା ବେଳେ ଏଥିରୁ ମେଣ୍ଡା ଅଞ୍ଚଳର ୬ଟି ପଞ୍ଚାୟତ ପଛୁଆ ରହିଛି । ସରକାର ଦ୍ୱାରମୁହଁରେ ସୁଶାସନ ପହଞ୍ଚାଇବାକୁ ଘୋଷଣା କରୁଥିବା ବେଳେ ବିକଶିତ ଓଡିଶା ଗଠନରେ ଏହି ଅଞ୍ଚଳ ସାମିଲ ହେବାକୁ ଆଗଉଛି । ଐତିହାସିକ ପୃଷ୍ଠଭୂମୀ ଥିବା ତଥା ଏକ ପୁରାତନ ଗଡଭାବରେ ପରଗଣିତ ମେଣ୍ଡାକୁ ବ୍ଲକ ଗଠନଦାବି ଯଥାର୍ଥ ବୋଲି କୁହାଯାଇଛି । ରାଜାରାଜୁଡା ଅମଳରେ ମେଣ୍ଡାଏକ ଗଡଥିଲା ଓ ଏହାର ଗଡତିଆଙ୍କ ଅଧିନରେ ୫୫ଟି ଗ୍ରାମର ରାଜସ୍ୱ ଆଦାୟ ହେଉଥିଲା । ଐତିହ୍ୟସମ୍ପନ୍ନ ଗ୍ରାମ ମେଣ୍ଡାଠାରେ ହିଁ ନୂତନ ବ୍ଲକସ୍ଥାପନ କରିବାକୁ ଦାବି କରାଯାଇଛି । ସୋନପୁର ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ସରକାରଙ୍କ ସୁଶାସନ ପହଞ୍ଚାଇବାକୁ ହେଲେ ବ୍ଲକପୁନଠର୍ଗଠନ ନିତାନ୍ତ ଜରୁରୀ ବୋଲି ଦାବି କରାଯାଇଛି ।

Leave A Reply

Your email address will not be published.