om academy

ପାରାଦୀପରେ କାଉ ମଡକ, ବାର୍ଡ ଫ୍ଲୁ ଆଶଙ୍କା : ବିଭିନ୍ନ ସ୍ଥାନରେ ମରି ପଡିଛନ୍ତି କାଉ

jsm

ପାରାଦୀପ, (ଶୁଭ୍ରାଶୁ ଶେଖର ପୃଷ୍ଟି) : ବିଗତ ଦୁଇରୁ ତିନିଦିନ ହେବ ପାରାଦୀପ ସହରର ବିଭିନ୍ନ ସ୍ଥାନରେ କାଉମାନେ ମରି ପଡିଥିବା ଦେଖିବାକୁ ମିଳିଛି । ସହରର ବଡପଡିଆ, ନୂଆବଜାର, ମଧୁବନ ଆଦି ଅଂଚଳରେ ଏହି କାଉମାନଙ୍କ ମୃତଦେହ ବିକ୍ଷିପ୍ତ ଭାବେ ପଡିଥିବା ଦେଖିବାକୁ ମିଳୁଛି । ଏହି କାଉ ମଡକ ଦେଖି ସାଧାରଣ ଲୋକଙ୍କ ମନରେ ବାର୍ଡ ଫ୍ଲୁର ଆଶଙ୍କା ଦେଖାଗଲାଣି । ପାରାଦୀପର ପ୍ରାଣୀଧନ ବିଭାଗର ଡାକ୍ତର ବାର୍ଡ ଫ୍ଲୁ କଥାକୁ ଏଡାଇ ଦେଇଛନ୍ତି । କିଛିଦିନ ପୂର୍ବରୁ ପାରାଦୀପର କିଛି ସ୍ଥାନରୁ ମଳ ସଂଗ୍ରହ ହୋଇଥିବା ସେ କହିଛନ୍ତି ହେଲେ ଏଥିରେ ବାର୍ଡ ଫ୍ଲୁର ସୂଚନା ନ ଥିବା ସେ କହିଛନ୍ତି । ପାରାଦୀପରେ କାଉ ମଡକକୁ ନେଇ ସାଧାରଣରେ ଆତଙ୍କ ହେଲାଣି । ରାସ୍ତା ଉପରେ, ରାସ୍ତାକଡରେ କାଉ ମରିପଡୁଥିବା ଦେଖି ଲୋକମାନେ ଭୟଭୀତ ହୋଇପଡିଲେଣି । ସ୍ଥାନେ ସ୍ଥାନେ କୁକୁର ଏହି ମଲା କାଉ ମାନଙ୍କୁ ଖାଉଥିବାର ଦେଖିବାକୁ ମିଳିଛି । ପାରାଦୀପର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା କୁକୁଡାର ନମୁନା ପରୀକ୍ଷା କରାଗଲେ ବାର୍ଡ ଫ୍ଲୁ ସଂପର୍କିତ ସଠିକ୍‌ ତଥ୍ୟ ଜଣାପଡନ୍ତା ବୋଲି ସହରରେ ଆଲୋଚନା ହେଉଛି ।

Leave A Reply

Your email address will not be published.