ବରପାଲିପଡାରେ ଘର ସାମ୍ନାରୁ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ଏବେ ଚୋର ଗ୍ୟାଙ୍ଗ ପୁଣି ମାତିଛନ୍ତି । ଦିନ ଦ୍ୱିପହରେ ଉଠାଇ ନେଉଛନ୍ତି ବାଇକ୍‌ । ଏହିପରି ଏକ ଅଭିଯୋଗ ହୋଇଛି ବରପାଲିପଡାରେ । ସୂଚନା ଅନୁସାରେ ସାଲେପାଲିର କୈଳାଶ ବ୍ରହ୍ମ ବରପାଲିପଡାକୁ ଏକ ଘରୋଇ କାମରେ ଯାଇଥିଲେ । ଜଣକ ଘରେ କାମ ସାରି ବାହାରକୁ ଆସିବା ବେଳେ ବାଇକ ନଥିଲା । ସେ ସବୁଆଡେ ଖୋଜା ଖୋଜି କରିଥିଲେ ମଧ୍ୟ ନିଜ ବାଇକ ପାଇ ନଥିଲେ । ଏନେଇ କୈଳାଶ ବ୍ରହ୍ମ ବଲାଙ୍ଗିର ଟାଉନ୍‌ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ବାଇକ ଚୋରି ପଛରେ ଏକ ବଡ ଗ୍ୟାଙ୍ଗ୍‌ର ହାତ ଥିବା ସନ୍ଦେହ କରାଯାଉଛି । ଏହି ବାଇକ ଚୋର ଗ୍ୟାଙ୍ଗ୍‌କୁ ଧରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!