ଓଡ଼ିଶାକୁ ମିଳିଲା ମୋଦୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ

ଭୁବନେଶ୍ୱର : ଓଡ଼ିଶାର ତିନି ଜଣ ସାଂସଦ ମୋଦୀ ସରକାରଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ ହୋଇଥିବା ବେଳେ ଓଡ଼ିଶାକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ, ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ୍‌ଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ଓ ଓଡ଼ିଶା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ସୂଚନା ଓ ପ୍ରସାରଣ ବିଭାଗ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ନିର୍ବାଚନରେ ୨୦୨୪ରେ ବିଜେପି ପ୍ରାର୍ଥୀମାନେ ବାଜିମାତ୍‌ କରିଥିବା ବେଳେ ୨୧ଟି ସାଂସଦ ଆସନରୁ ୨୦ଟି ଆସନ୍‌ ଅକ୍ତିଆର୍‌ କରିବାରେ ସଫଳ ହୋଇଛନ୍ତି । ଅନ୍ୟ ପକ୍ଷରେ ୨୫ ବର୍ଷର ବିଜେଡ଼ି ସରକାରକୁ ଗାଦିଜ୍ୟୁତ କରିବାରେ ସଫଳ ହୋଇଛି ବିଜେପି ।

Leave A Reply

Your email address will not be published.