ବରପାଲି ରେଳ ଷ୍ଟେସନ ପୁନର୍ବିକାଶ ଭିତ୍ତି ପ୍ରସ୍ତର ସ୍ଥାପନ

ବରଗଡ଼, (ନିରୋଜ କୁମାର ପାଣୀ) : କେନ୍ଦ୍ର ରେଳ ବିଭାଗ ପକ୍ଷରୁ ସାରା ଭାରତରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୦୮ଟି ରେଳ ଷ୍ଟେସନକୁ ଆଧୁନିକିକରଣ ତଥା ପୁନର୍ବିକାଶ ପାଇଁ ରବିବାର ପୂର୍ବାହ୍ନ ୧୧ଟାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ବରପାଲି ରେଳ ଷ୍ଟେସନଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୟନ ଓ ହସ୍ତତନ୍ତ୍ର ବିଭାଗ ମନ୍ତ୍ରୀ ରୀତା ସାହୁ, ସମ୍ମାନିତ ଅତିଥି ଭାବରେ ବିଜେପି ନେତା ସୁରେନ୍ଦ୍ର ପାତ୍ରଙ୍କ ସମେତ ଭୂପେଶ କୁମାର ସିନିୟର ସିଏସ୍‌ଟିଈଇ, ସମ୍ବଲପୁର ଡିଭିଜନର ପ୍ରତିନିଧି ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ତରୁଣ କୁମାର ଅଫିସିଆଲ ସୁପ୍ରଭାଇଜର ପରିଚାଳନା କରିଥିଲେ । ବରଗଡ଼ ଜିଲ୍ଲାର ବରଗଡ ଓ ବରପାଲି ରେଳ ଷ୍ଟେସନ ଏହି ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ ହୋଇଥିବାରୁ ବରପାଲି ଅଞ୍ଚଲବାସୀ ବେଶ୍ ଆନନ୍ଦିତ ହେବା ସହ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କଠାରେ କୃତଜ୍ଞତା ଜ୍ଞାପନ କରିଥିଲେ । ଦିନ ୧୦.୫୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପକୁ ଅନ୍‌ଲାଇନ୍‌ରେ ଶୁଭ ଦେଇଥିଲେ । ଏହି ଯୋଜନାରେ ବରପାଲି ରେଳ ଷ୍ଟେସନକୁ ପୁନର୍ବିକାଶ ପାଇଁ ପ୍ରାୟ ୨୦ କୋଟି ଟଙ୍କା ରେଳ ବିଭାଗ ପକ୍ଷରୁ ମଞ୍ଜୁର ହୋଇଛି । ଆଜିର ଏହି ଉତ୍ସବରେ ବରପାଲି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.