ବାସନ୍ତୀ ପାଠାଗାରର ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୨୦୨୧-୨୦୨୩ ପାଇଁ ନୂତନ କର୍ମକର୍ତ୍ତା ସର୍ବ ସମ୍ମତ କ୍ରମେ ଚୟନ କରାଯାଇଛି । ଏଥିପାଇଁ ପାଠାଗାର ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ପୁରାତନ କର୍ମକର୍ତ୍ତା ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ୨୦୨୧- ୨୦୨୩ ପାଇଁ ସଭାପତି ଭାବେ ପ୍ରଫେସର ଜେ.କେ.ରାଓ, କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା, ଉପସଭାପତି ବିଜୟ କୁମାର ବରାଳ ଓ ପ୍ରକାଶ ଚନ୍ଦ୍ର ପାଢୀ, ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ଅଜୟ କୁମାର ପ୍ରଧାନ, କୋଷାଧ୍ୟକ୍ଷ କୁଳମଣି ଦାସ, ପାଠାଗାର ସଂପାଦକ ଶ୍ରୀକାନ୍ତ ପାଣିଗ୍ରାହୀ, ସାଂସ୍କୃତିକ ସଂପାଦକ ସରୋଜ କୁମାର ପାତ୍ର, କ୍ରୀଡା ସଂପାଦକ ଗଦାଧର ରଥ, କାର୍ଯ୍ୟକାରୀ ସଭ୍ୟ ଭାବେ ସର୍ବଶ୍ରୀ ଶରତ ଚନ୍ଦ୍ର ରାଉତ, ସପନ କୁମାର ପଣ୍ଡା, ସଂଜୟ କୁମାର ମିଶ୍ର, ବସନ୍ତ କୁମାର ମହାରଣା, ଦିଗମ୍ବର ପାଢୀ, ଲକ୍ଷ୍ମଣନାଥ ଦାସ, କବିତା ଦାସ, ସୁବାସିନୀ ସାହୁ ସକ୍ରିୟ ସଭ୍ୟ ଭାବେ ସର୍ବଶ୍ରୀ ମନୋଜ କୁମାର ବିଶୋଇ, ନାରାୟଣ ଖଣ୍ଡେଲୱାଲ, ଗଗନାନନ୍ଦ ପ୍ରଧାନ, ଅରବିନ୍ଦ ପାତ୍ର, ବିକାଶ ବାନାର୍ଜୀ, ମହେଶ ରାଜଗନ୍ଧା, ବିବେକ ପାତ୍ର, କିଶୋରୀ ମୋହନ କର, ଉପଦେଷ୍ଟା ମଣ୍ଡଳୀରେ ପ୍ରାକ୍ତନ ସଭାପତି ପ୍ରତାପ କୁମାର ରାୟ, ସୁବାସ ଚନ୍ଦ୍ର ମହାପାତ୍ର, ଶରତ କୁମାର ସ୍ବାଇଁ, ପ୍ରସନ୍ନ କୁମାର ସାବତ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ପ୍ରଫେସର ଭବେଶ ଚନ୍ଦ୍ର ସାହୁ ପ୍ରମୁଖ ସର୍ବସମ୍ମତି କ୍ରମେ ଚୟନ ହୋଇଥିବା ସୂଚନା ମିଳିଛି । ଉଭୟ ପୁରାତନ ଓ ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି କାର୍ଯ୍ୟ କରାଯିବା ପାଇଁ ସ୍ଥିର କରାଯାଇଛି। ପ୍ରାକ୍ତନ ସଂପାଦକ ବିଭୁଦତ୍ତ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଅନୁଷ୍ଠାନର ସମସ୍ତ ସକ୍ରିୟ ସଭ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନୂତନ ସଭାପତି ପ୍ରଫେସର ଶ୍ରୀ ରାଓ ସମସ୍ତଙ୍କ ସହଯୋଗ କାମନା କରିବା ସହ ସମସ୍ତ ସଭ୍ୟଙ୍କ ସହଯୋଗ ଓ ସାହିତ୍ୟ ପ୍ରତି ଅନୁଷ୍ଠାନର ପ୍ରତିବଦ୍ଧତା ପାଠାଗାରକୁ ଶୀର୍ଷରେ ପହଞ୍ଚାଇବ ବୋଲି ଆଶା ପ୍ରକଟ କରିଥିଲେ ।

Leave A Reply

Your email address will not be published.