oom

ସାହାଜୋଟ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରାମ ପଞ୍ଚାୟତ ସ୍ଥିତ ସାହାଜୋଟ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡୋଳାଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଚୁଲିଫୁଙ୍କା ସରପଞ୍ଚ ଯମୁନା ବେହେରା ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ୍ୟ ଗୁରୁ ଚରଣ ବେହେରା, ସାମ୍ବାଦିକ ତଥା ସମାଜସେବୀ ସୁଶାନ୍ତ କୁମାର ବେହେରା, ମୋ ସ୍କୁଲ ଅଭିଯାନ ସଦସ୍ୟ ଧନସିଂ ନାଗ, ସାହାଜୋଟ ସ୍କୁଲ ସଭାପତି ହିମାଂଶୁ ବାଗ ଏବଂ ମୁଖ୍ୟ ବକ୍ତା ସିଆରସିସି ତୁଳସୀ ପ୍ରଶାଦ ସୁନା ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ଡୋଳା ଚନ୍ଦ୍ର ବେହେରା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ବାଗଦେବୀ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସ୍କୁଲର ପୂର୍ବ ଶିକ୍ଷକ ସ୍ୱର୍ଗତ ଦୁଲ୍ଲଭ ଚରଣ ବେହେରାଙ୍କ ଅକାଳ ବିୟୋଗ ହୋଇ ଥିବାରୁ ତାଙ୍କ କଥା ମନେପକେଇ ସ୍ମୃତି ଚାରଣ ସହ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରି ଦିବଂଗତ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ସୁମନ ଅର୍ପଣ କରାଯାଇଥିଲା । ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶିକ୍ଷା ହିଁ ସମାଜର ମେରୁଦଣ୍ଡ, ସମାଜ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ବିନା ମଣିଷ ଜୀବନ ପୂର୍ଣ୍ଣାଙ୍ଗ ହୋଇପାରେ ନାହିଁ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉକ୍ତ ସଭା କାର୍ଯ୍ୟକୁ ଶିକ୍ଷକ କିଶୋର ବେହେରା ପରିଚାଳନା କରଥିଲେ ଓ ଶିକ୍ଷୟତ୍ରି ଅର୍ଚିତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ରିତା ବାଗ ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

jittmm
Leave A Reply

Your email address will not be published.