oom

ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଣ୍ଣାଳୀର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଣ୍ଣାଳୀର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ବାସୁଦେବ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଏବଂ ଉଚ୍ଚକୋଟିର କଳାକାର ତଥା ସ୍ତ୍ରୀ ଓ ପ୍ରସୁତି ବିଭାଗର ବିଶେଷଜ୍ଞ ଡା. ରୁଦ୍ରନାରାୟଣ ପଟେଲ ଯୋଗଦାନ କରିଥିଲେ । ସାଧାରଣ ସଂପାଦକ ବ୍ରଜ କିଶୋର ପଣ୍ଡା ଏବଂ ମୁଖ୍ୟ ଉପଦେଷ୍ଟା ପ୍ରଭାକର ମିଶ୍ର ମଧ୍ୟ ମଂଚାସୀନ ଥିଲେ । ଏହି ଅବସରରେ କୃତିବାସ ମେହେରଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତାଙ୍କ ସୁପୁତ୍ର ଶିବପ୍ରସାଦ ମେହେର ଏହି ସମ୍ମାନ ଗ୍ରହଣ କରିଥିଲେ । କୃତିବାସ ମେହେର ସମ୍ମାନ ଗ୍ରହଣ କରିଥିଲେ କଳାକାର ତଥା ସ୍ତ୍ରୀ ଓ ପ୍ରସୁତି ବିଭାଗର ବିଶେଷଜ୍ଞ ଡା. ରୁଦ୍ରନାରାୟଣ ପଟେଲ । ସେହିପରି ଶ୍ରୀମତୀ ଅନତା ତ୍ରିପାଠୀ, କପିଳେଶ୍ୱର ଖମାରୀ, ବ୍ୟାସଦେବ ପୁରୋହିତଙ୍କୁ ମଧ୍ୟ ଏହି ମଂଚରେ ସମ୍ମାନୀତ କରାଯାଇଥିଲା । ସଭା କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଶ୍ରାବଣୀ ମେହେର ଓ ସାଥୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀମତୀ ନିରୁପମା ଶତପଥୀ ।

jittmm
Leave A Reply

Your email address will not be published.