oom

ମନମୁଣ୍ଡାରେ ବର୍ଜ୍ୟବସ୍ତୁ ପରିଚାଳନା ସଭା

jsmm

ବୌଦ୍ଧ, (ମମତା ମହାକୁର) : ଆଜି ମନମୁଣ୍ଡା ପଂଚାୟତ କାର୍ୟ୍ୟାଳୟ ପରିସର ସଭାଗୃହରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡି ଏସ ସି ଆର୍ତ୍ତତ୍ରନ ପାଢ଼ୀ, ସରୋଜ କୁମାର ପାଢୀ, ମାଷ୍ଟର ଟ୍ରେନର ରଞ୍ଜନ ପାତ୍ର, ସ୍ୱେଚ୍ଛାଗ୍ରାହୀ ବିଭୁତିଭୂଷଣ ମହଲା, ମନମୁଣ୍ଡା ପଂଚାୟତ ନିର୍ବାହୀ ଅଧିକାରୀ ବସନ୍ତ କ‌ର୍ଣ୍ଣ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ପରିବାର ବର୍ୟ୍ୟବସ୍ତୁ କିପରି ସୁପରିଚାଳନା କରିବେ ସେ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । କେହି ପୋଲିଥିନ ବ୍ୟବହାର ନ କରିବାକୁ ଅଧିକାରୀଗଣ କହିଥିଲା ବେଳେ ପନିପରିବା ବଳକା ଓ ଚୋପା ସବୁକୁ ଗୋଟିଏ କୁଣ୍ଢରେ ଜମା କରି ତାକୁ କେମିତି ଖତ କରି ଚାଷ କ୍ଷେତ୍ରରେ ନିଜେ ଲଗାଇପାରିବେ କିମ୍ବା ବିକ୍ରିକରି ଅର୍ଥ ଉପାର୍ଜନ କରିପାରିବେ ସେ ଉପରେ କହିଥିଲେ ଓ ଅନ୍ୟ କଠିନ ଜିନିଷ ଗୁଡିକ ଅନ୍ୟଏକ କୁଣ୍ଡରେ ଜମାକାରୀ ତାକୁ କେମିତି କାମରେ ଲଗାଇ ପରିବେଶକୁ ସ୍ୱଚ୍ଛ ରଖାଯାଇପାରିବ ସେ ଉପରେ ବୁଝାଇଥିଲେ । ଆଗାମୀ ଦିନରେ ପ୍ରତ୍ୟେକ ଘରକୁ ଏକ ଶୋକପିଟ ଓ ଏକ କମ୍ପୋଷ୍ଟପିଟ ପଂଚାୟତ ତରଫରୁ ଦିଆ ଯିବ ବୋଲି ସଭାରେ କୁହାଯାଇଥିଲା । ଏହି ସଭାରେ ଏମ ବି କେ ଇନ୍ଦୁମତି ମେହେର, ସି ଆର ପି ରାଜେଶ୍ୱରୀ ବେହେରା, ଟ୍ଵିଙ୍କିଲ ମେହେର, ସୂର୍ୟ୍ୟକାନ୍ତି ଲୁହା, ଗୀତା ମେହେର ଓ ମହୁଲବହଲି, କପାସିରା, ଯୋଗିପଦର, ମନମୁଣ୍ଡା, ସୁବ‌ର୍ଣ୍ଣପାଲି, ବିଛଣାପାଟି, ଇତ୍ୟାଦିର ୱାର୍ଡ ମେମ୍ବର ମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.