ବାଲ୍ୟବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଶିକ୍ଷା ଓ ସଚେତନତା ଦ୍ୱାରା ବାଲ୍ୟବିବାହ ଦୂରୀଭୂତ ହୋଇପାରିବ ବୋଲି ବକ୍ତ୍ୟବ ରଖିଥିଲେ । ଅଧ୍ୟକ୍ଷ ଲୋହିତ କୁମାର ବାରିକ ବାଲ୍ୟବିବାହ ମୁକ୍ତ ସମାଜ ଗଠନ ଏବଂ ତାର ପ୍ରତିକାର ବିଷୟରେ ଆଲୋଚନା କରିଥିଲେ । ଅଧ୍ୟାପିକା ମିନାକୁମାରୀ ସାହୁ ସଭାର ଉଦେଶ୍ୟ ଜ୍ଞାପନ ଓ ଅଧ୍ୟାପିକା ପୁଷ୍ପ ମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.