ବଲାଙ୍ଗିର ଜିଲ୍ଲାରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ଜଣେ ବି ଚିହ୍ନଟ ହୋଇ ନଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଙ୍ଗେମୁଣ୍ଡା ବ୍ଲକରେ ଜଣେ, ବେଲପଡ଼ା ବ୍ଲକରେ ଜଣେ, କଂଟାବାଂଜି ଏନ୍‌ଏସିରୁ ଜଣେ, ଖପ୍ରାଖୋଲ ବ୍ଲକରୁ ୫ ଜଣ, ମୁରିବାହାଲ ବ୍ଲକରେ ୬ ଜଣ, ପୁଇଁନ୍ତଲା ବ୍ଲକରେ ଜଣେ, ସଇଁନ୍ତଲା ବ୍ଲକରେ ୩ ଜଣ, ଟିଟିଲାଗଡ଼ ବ୍ଲକରେ ୨ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରେ ୪ ଜଣ ଓ ତୁରେକେଲା ବ୍ଲକରେ ୪ ଜଣ ଆକ୍ରାନ୍ତ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.