
ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣର ତୃତୀୟ ଲହର ବୋବାଲ୍ କରିବା ଆରମ୍ଭ କଲାଣି । ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୫୪ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏଭଳି ବିସ୍ଫୋରକ ସଂକ୍ରମଣ ପରିସ୍ଥିତି ପ୍ରତି ପ୍ରତ୍ୟେକ ବଲାଙ୍ଗିରବାସୀ ଓ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ସଜାଗ ହେବା ନିହାତି ଜରୁରୀ । ସମସ୍ତେ ମାସ୍କ ପିନ୍ଧିବା ସହ ହାତ ସଫା ରଖନ୍ତୁ, ସାନିଟାଇଜର୍ ବ୍ୟବହାର କରନ୍ତୁ ଏବଂ ଜନଗହଳି ଠାରୁ ଦୂରେଇ ରୁହନ୍ତୁ । ସରକାରୀ କୋଭିଡ଼ ଗାଇଡ଼ ଲାଇନ୍ ମାନି ଚଳନ୍ତୁ ।