jayashree

ସହରାଞ୍ଚଳ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ .ସତ୍ୟନାରାୟଣ ରେଡ୍ଡୀ) : ସହରାଞ୍ଚଳ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥି ସକାଶେ ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଓସ୍ବାନ୍ ହଲଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେ ଯେ, ଚଳିତ ୨୪ ତାରିଖ ହେବାକୁ ଥିବା ନିର୍ବାଚନ ଗଞ୍ଜାମ ଜିଲ୍ଲାରେ ସମସ୍ତ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ରହ୍ମପୁର ମାହାନଗର ନିଗମରେ ଅନୁଷ୍ଠିତ ହେବ । ନିର୍ବାଚନର ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେଥି ସକାଶେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସମସ୍ତ ବୁଥ ଗୁଡିକରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି ଓ ଭିନ୍ନକ୍ଷମ ଭୋଟରମାନଙ୍କ ନିମନ୍ତେ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ଭୋଟରମାନଙ୍କର କୌଣସି ଅସୁବିଧା ହେବେ ନାହିଁ ସେଥି ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ସମସ୍ତ ବ୍ୟବସ୍ଥା କରାଯାଇଛି । ସମସ୍ତ ପୋଲିଙ୍ଗ ଟିମ୍‌ ୨୩ ତାରଖ ସନ୍ଧ୍ୟା ସୁଧା ନିଜ ନିଜ ବୁଥ୍‌ରେ ପହଞ୍ଚିବେ ସେଥି ସକାଶେ ସମସ୍ତ ନିର୍ଦ୍ଧେଶ ପ୍ରଦାନ କରାଯାଇଛି । ସମସ୍ତ ରାଜନୈତିକ ଦଳଙ୍କୁ ୨୨ ତାରିଖ ସନ୍ଧ୍ୟା ୫ ଘଣ୍ଟା ପରେ କୌଣସି ପ୍ରଚାର କାର୍ଯ୍ୟ କରିବେ ନାହିଁ ନିର୍ବାଚନ କମିଶନଙ୍କ ନିର୍ଦେଶବଳି ମାନିବେ ସେଥି ସକାଶେ କୁହାଯାଇଛି । ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ଦିଗରେ ଜିଲ୍ଲାର ସମସ୍ତ କର୍ମଚାରୀ ଗୋଟିଏ ଟିମ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଏ ସେକ୍ରେଟାରୀ ସମ୍ବିତ କୁମାର ରାଉତ, ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌର-ନିର୍ବାହୀ ଅଧିକାରୀଗଣଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲାସ୍ତରୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.