ନାଗରିକ କମିଟିର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆଇନ ମହାବିଦ୍ୟାଳୟଠାରେ ବଲାଙ୍ଗିର ନାଗରିକ କମିଟିର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ସମଲେଇଙ୍କ ଫଟୋଚିତ୍ର ଉପରେ ସଭାପତି ବେଲାର ସିଂ ଭୋଇଙ୍କ ସହ ପୂର୍ବତନ ସଭାପତି ବିକ୍ରମ ବହିଦାର ଓ ରାସ ବିହାରୀ ମାଝି ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି ସଭାକୁ ଶୁଭାରମ୍ଭ କରିଥିଲେ । ଦିବଂଗତ ଆତ୍ମାର ସଦ୍‌ଗତି କାମନା ପୂର୍ବକ ଖ୍ୟାତିନାମା ଗାୟୀକା ଲତା ମଙ୍ଗେସ୍କର, ଗାୟକ ବାପି ଲାହେରି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଲ ଓ ସାମ୍ବାଦିକ ରୋହିତ ବିଶ୍ୱାଲଙ୍କ ବିୟୋଗରେ ନିରବ ପ୍ରାର୍ଥନା କରିଥିଲେ । ସଭାପତି ଶ୍ରୀ ଭୋଇଙ୍କ ସଭାପତିତ୍ୱରେ ସାଧାରଣ ସଂପାଦକ ମନୋରଂଜନ ସାହୁ ସମସ୍ତ ସଭ୍ୟ ସଭ୍ୟାଙ୍କୁ ସ୍ୱାଗତ ଜଣାଇ ବିଗତ ବୈଠକର ବିବରଣୀ ପାଠ କରିଥିଲେ । ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ପିଇବା ପାଣିକୁ ଠିକ୍‌ ସମୟରେ ଯୋଗାଇବା, ନାଳ ନର୍ଦ୍ଦମା ସଫା ରଖିବା, ସମସ୍ତ ପୋଖରୀମାନଙ୍କର ପୁନରୁଦ୍ଧାର କରିବା, ସମସ୍ତ ଶିକ୍ଷାନୁଷ୍ଠାନରେ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବୀ କରିବା ବିଷୟରେ ଆଲୋଚନା କରି ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଶୀଘ୍ର ଯୋଗାଯୋଗ କରି ସମାଧାନ କରିବା ପାଇଁ ମତପ୍ରକାଶ ପାଇଥିଲା । ଆଲୋଚନାରେ ନରେଶ କୁମାର ଦାଶ, ଗୋପଭୂଷଣ ନାଥ, ନିରୁପମା ଉଦ୍‌ଗାତା, ବୃନ୍ଦାବନ ବରାଳ, ଜୟରାମ ମିଶ୍ର, କପିଳେଶ୍ୱର ଖମାରୀ, ତରୁଣ ମିଶ୍ର, ଶତୃଘନ ସିଂହ, ଗୋପବନ୍ଧୁ ପୁରୋହିତ, ନିତ୍ୟାନନ୍ଦ ମିଶ୍ର, ତ୍ରିଭୂବନଦାଶ ଭମର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସହ-ସଂପାଦକ ଚକ୍ରପାଣି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.