ଭଗବାନ ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ବ୍ରାହ୍ମଣ ମହାସଭାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୃସିଂହ ମନ୍ଦିର ପରିସରରେ କାର୍ଯ୍ୟକାରୀ କମିଟି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଓଁକାର ଧ୍ୱନି ଏବଂ ଭାଗବତ ଗୀତାର ଚତୁର୍ଥ ଅଧ୍ୟାୟ ଆହୁତି କରିବା ପରେ ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ର ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ଆସନ୍ତା ୨୩ ତାରିଖରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳନ କରାଯିବା ପାଇଁ ସ୍ଥିରିକୃତ ହୋଇଥିଲା । ଜିଲ୍ଲା ପର୍ଶୁରାମ ବାହିନୀ ମୁଖ୍ୟ ମଦନ ମୋହନ ରଥ ଏବଂ ଲକ୍ଷ୍ମୀ ପ୍ରସାଦ ଚାନ୍ଦଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଆସନ୍ତା ୪ ତାରିଖ ଏବଂ ୫ ତାରିଖ ଦିନ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଗରିବ ବ୍ରାହ୍ମଣ ପିଲାମାନଙ୍କୁ ନିଶୁଳ୍କ ବ୍ରତୋପନୟନ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ନୃସିଂହ ମନ୍ଦିର ମହନ୍ତ ବ୍ରଜ ମୋହନ ଶରଣ ଦେବ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଉପରୋକ୍ତ କାର୍ଯ୍ୟକ୍ରମରେ ବ୍ରାହ୍ମଣ ମହାସଭାର ସମସ୍ତ ସଭ୍ୟ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି । ପର୍ଶୁରାମ ନାୟକ, ନିଳମଣି ମିଶ୍ର (ଉପଦେଷ୍ଟା), ଦାମୋଦର ଓତା, ବନମାଲି ନନ୍ଦ ପ୍ରମୁଖ ସଭାରେ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ ।

Leave A Reply

Your email address will not be published.