ବଲାଙ୍ଗିର ମାଁ ମାହେଶ୍ୱରୀ ସେନାର ଜିଲ୍ଲା ସ୍ତରୀୟ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ମାଁ ମାହେଶ୍ୱରୀ ସେନା ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ମାଁ ମାହେଶ୍ୱରୀ ସେନା ସଭାପତି ମନୋଜ କରନ ଏହି ବୈଠକରେ ସଭାପତିତ୍ୱ କରି ଆଗାମୀ ଦିନରେ ମାଁ ମାହେଶ୍ୱରୀ ସେନା ଦ୍ୱାରା ହେବାକୁ ଥିବା କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ । ଦିନ କେଇଟା ପରେ ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ନୂଆଁଖାଇ ପାଇଁ ଉତ୍ସବ ମୁଖର ହୋଇଉଠେ ଗାଁରୁ ସହର । କିନ୍ତୁ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କ ସମ୍ପର୍କୀୟ ସମସ୍ତ ଦୋକାନ ବଜାର ବନ୍ଦ ରହିବା ଦ୍ୱାରା ବହୁତ ହଇରାଣ ହୋଇଥାନ୍ତି । ସେଥି ପାଇଁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ମାଁ ମାହେଶ୍ୱରୀ ସେନା ତରଫରୁ ତୃତୀୟ ବର୍ଷ ପାଇଁ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଦିନ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ମାଗଣା ଖାଦ୍ୟ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଅଭିନବ ପ୍ରୟାସ ନୂଆଁଖାଇ ଦିନ ସମସ୍ତ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ତଥା । ଅନେକ ଅସହାୟ ଜନସାଧାରଣ ଏହି ଖାଦ୍ୟ ବଣ୍ଟନ ଦ୍ୱାରା ଉପକୃତ ହୋଇ ପାରିଥାନ୍ତି ଏବଂ ଏହା ଦ୍ୱାରା ଅନେକଙ୍କ ମୁହଁରେ ହସ ଫୁଟି ପାରୁଛି ନୂଆଁଖାଇ ପବିତ୍ର ଦିନରେ । ଆଗକୁ ଖାଦ୍ୟ ବଣ୍ଟ ସହିତ ବୃକ୍ଷ ରୋପଣ, ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର କରିବାକୁ ମଧ୍ୟ ନିଷ୍ପତି ହୋଇଛି । ବୈଠକରେ ମାଁ ମାହେଶ୍ୱରୀ ସେନାର ସଂପାଦକ ରମାକାନ୍ତ ମେଶ୍ୱା, ଉପସଭାପତି ମନୋଜ ଖମାରୀ, କୋଷାଧ୍ୟକ୍ଷ ଅରୁଣ ପଲତା, ଜିଲ୍ଲା ମୁଖ୍ୟ ପର୍ଯ୍ୟ ବେକ୍ଷକ ସୁରେଶ କମ୍ପ, ବଲିଆର ସିଂ ବସ୍ତିଆ, ନନ୍ଦଲାଲ ମେଲ୍ଲ, ଅନିଲ ପଳିଆ, ରଞ୍ଜନ ଦନ୍ତା, ହେମନ୍ତ ଛୁରିଆ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.