centurian jitm

ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍‌ଭାବନା ଭବନଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଡ଼କ ଦୁର୍ଘଟଣା ହ୍ରାସ ଓ ସଡ଼କ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ରାଉରକେଲା ପକ୍ଷରୁ ନିଜ ନିଜ ଅଞ୍ଚଳ ଅନ୍ତର୍ଗତ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲେ । ବୈଠକରେ ଜିଲ୍ଲାରେ ବିଗତ ବର୍ଷ ଗୁଡ଼ିକ ସହିତ ଚଳିତ ବର୍ଷର ମୋଟର ଯାନ ଦୁର୍ଘଟଣା ସମ୍ପର୍କରେ ତଥ୍ୟ, ବିଭାଗୀୟ ଏନଫୋର୍ସମେନ୍ତ ପୋଲିସ ବିଭାଗ ସହିତ ଯୁଗ୍ମ ଏନଫୋର୍ସମେଣ୍ଟ, ରାତ୍ର କାଳୀନ ପାଟ୍ରୋଲିଂ, ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା, ବିଭିନ୍ନ କାରଣରୁ ଲାଇସେନ୍ସ ରଦ୍ଧ ଯଥା ବେନିୟମ ପାର୍କିଂ, ବିନା ହେଲ ମେଟରେ ଗାଡି ଚାଳନା, ଗାଡ଼ି ଚଳେଇବା ସମୟରେ ମୋବାଇଲରେ କଥା ହେବା, ଓଭର ଲୋଡ଼ିଂ ଆଦି ତଥା ଦୁର୍ଘଟଣା ହ୍ରାସ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଆଦି ଉପରେ ଉପସ୍ଥାପନ କରାଯାଇଥିଲା । ସେହିପରି ବୈଠକରେ ମୋଟର ଯାନ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ବିଭାଗ ଦ୍ଵାରା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବୈଠକରେ ସୋଲାସିୟମ ଯୋଜନା(ଗ୍ଦକ୍ଟକ୍ଷବଗ୍ଧସଙ୍କଜ୍ଞ ଲଙ୍କଦ୍ଭୟ) ଉପରେ ଆଲୋଚନା କରାଯାଇଥିଲା । ଅଜଣା ଗାଡ଼ି ଧକ୍କାର ମୃତ୍ୟୁବରଣ ହୋଇଥିବା କିମ୍ବା ଆହତ ହୋଇଥିବା ଲୋକମାନଙ୍କୁ କିମ୍ବା ତାଙ୍କର ପରିବାର ଲୋକମାନଙ୍କୁ ସରକାରଙ୍କ ତରଫରୁ କ୍ରମାନ୍ୱୟରେ ୨ ଲକ୍ଷ ଟଙ୍କା ଏବଂ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ବୈଠକରେ ବଡ଼ଗାଁ, କୁତ୍ରା ଆଦି ଅଞ୍ଚଳରେ ହେଉଥିବା ଦୁର୍ଘଟଣା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଏବଂ ଏହାର ପ୍ରତିକାର ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା । ସେହିଭଳି କିଛି ଅଞ୍ଚଳରେ ସର୍ଭିସ୍ ରୋଡର ଆବଶ୍ୟକତା, ହାଇ ୱେ ତଥା ବାଇପାସ୍ ରୋଡ ମାନଙ୍କରେ ଭାରି ଯାନ ଗୁଡ଼ିକର ବେନିନୀୟମ ପାର୍କିଂ ସମସ୍ୟା, ଜିଲ୍ଲାର ବିଭିନ୍ନ କମ୍ପାନୀ ଅଞ୍ଚଳ ମାନଙ୍କରେ ବିଭିନ୍ନ ସମସ୍ୟା ଆଦି ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ପ୍ରେତ୍ୟକ ଅଂଶୀଦାର ତଥା ବିଭାଗୀୟ ଅଧିକାରୀ ମାନେ ବିଶେଷ ଧ୍ୟାନ ଦିଆଯିବାକୁ ଅତିଥି ମାନେ ଆଲୋଚନା କରିଥିଲେ ଏବଂ ବିଶେଷ କରି ଏନଫର୍ତ୍ସମେଣ୍ଟ କରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ର ନାଥ ମୁର୍ମୁ, ସୁନ୍ଦରଗଡ଼ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅମିତ୍ ଟୁଡୁ, ରାଉରକେଲା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଲୋକ ନାୟକ, ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ, ବୈଭବ ସାମନ୍ତ ସିଂହାର, ସୁନ୍ଦରଗଡ଼ର ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଦିନବନ୍ଧୁ ସୁଣ୍ଡି, ଆଇ ଏମ୍ ଭି ଦଲାନୀ ସା, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଟ୍ରକ ମାଲିକ ସଂଘ, ବସ ମାଲିକ ସଂଘର କର୍ମକର୍ତ୍ତା ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.