centurian jitm

ଠିକା କାମର ଭାଗବଣ୍ଟାକୁ ନେଇ ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ

  • ସମିତି ସଭ୍ୟ ଓ ସରପଞ୍ଚଙ୍କ ବର୍ଜନ ପରେ ହେଲା ସମିତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ପୂର୍ବହ୍ନ ୮ ଘଣ୍ଟା ସମୟରେ ଦେଓଗାଁ ପଞ୍ଚାୟତ ସମିତି ସଭା କକ୍ଷରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀଙ୍କ ସଭାପତିତ୍ୱରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରିୟରଞ୍ଜନ କୁମାରଙ୍କ ଉପସ୍ତିତିରେ ଜିପିଇଓ ସେନାପତି ମଙ୍ଗରାଜ ଗତ ବୈଠକର ବିବରଣୀ ପଠନ କରିବା ପରେ ସଭାରେ ଉପସ୍ଥିତ ଥିବା କିଛି ସରପଞ୍ଚ ଓ ସମିତି ସଭ୍ୟ କକ୍ଷ ତ୍ୟାଗ କରିଥିଲେ । କକ୍ଷ ତ୍ୟାଗର ନେତୃତ୍ୟ ନେଇଥିବା ସରପଞ୍ଚ ସଂଘର ସଭାପତି ତଥା ବନ୍ଧପଡ଼ା ସରପଞ୍ଚ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ, ବ୍ଲକ କାର୍ଯ୍ୟକ୍ରମ ଇଚ୍ଛା ମୁତାବକ ଭାବେ ଚାଲିଛି । ସିଏଫସି ଓ ଏସଏଫସି କାମ ଭାଗବଣ୍ଟାରେ ପାତର ଅନ୍ତର ଚାଲିଛି । ତେଣୁ ବିରୋଧ କରି ବୈଠକ ତ୍ୟାଗ କଲୁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଖମାରୀ କହିଛନ୍ତି ଯେ, ବ୍ଲକର ସବୁ ପ୍ରକାର ଉନ୍ନତିର ଆଲୋଚନା ପାଇଁ ସାଧାରଣ ବୈଠକ ଡକାଯାଇଥିଲା । ହେଲେ କିଛି ସ୍ୱାର୍ଥବାଦୀ ସରପଞ୍ଚ ଓ ସମିତି ସଭ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ବୈଠକ ବର୍ଜନ କରିଥିଲେ । ଗତକାଲି ବୈଠକ ବର୍ଜନ କରିବା ପାଇଁ ବ୍ଲକର ଏକ ପଡୋଶି ପଞ୍ଚାୟତରେ ସଭା କରି ନିଷ୍ପତ୍ତି ନେଇଥିଲେ । ତଥାପି ବୈଠକ ସଫଳ ହୋଇଛି । କିଛି ଅନୁପସ୍ଥିତ ଥିଲେ ମଧ୍ୟ ଏଜେଣ୍ଟା ଅନୁସାରେ ଆଲୋଚନା ହୋଇଥିଲା । ବୈଠକରେ ପାନୀୟ ଜଳ, ୨୦୨୫/୨୬ ବଷଁ ପାଇଁ ଏସଏଫସି, ସିଏଫସିର ସହ ବିକଶିତ ଗାଁ ବିକଶିତ ଓଡ଼ିଶାର କାର୍ଯଖସଡ଼ା ବିପିଡିପି ପ୍ରସ୍ତୁତି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସ୍ଥାୟୀ କମିଟି ଗଠନ ସହ ଅନ୍ୟାନ୍ୟ ବିୟେରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଏବିଡିଓ ପୁଷ୍ପାଞ୍ଜଳୀ ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରାଚୀ ପରିମିତା ସାବତ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଣୀ ଚିକିତ୍ସା, ଜଙ୍ଗଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉଦ୍ୟାନ ବିଭାଗ ସହ ସମସ୍ତ ବିଭାଗର କର୍ମଚାରୀ ଉପସ୍ତିତ ଥିଲେ । ସଭା ଶେଷରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଖମାରୀ ସଭାରେ ହୋଇଥିବା ପ୍ରସ୍ତାବଗୁଡ଼ିକ ସିଦ୍ଧାନ୍ତ ହେବା ପାଇଁ କୋରମ ଥିଲା । ଶାନ୍ତି ଶୃଙ୍ଖଳାରେ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ସମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ କିଛି ଦିନ ପୂର୍ବରୁ ଦେଓଗାଁ ବ୍ଳକରେ ଝଡ଼ବାତ୍ୟା ଯୋଗୁଁ ବନ୍ଧପଡ଼ା ଅଞ୍ଚଳରେ ନାହିଁ ନ ଥିବା କ୍ଷତି ହୋଇଛି । କ୍ଷତିଗ୍ରସ୍ତ ହୋଇଥିବା ସାଧାରଣ ଲୋକଙ୍କୁ କ୍ଷତି ପୂରଣ ଯୋଗାଇବା, ଅର୍ଜୁନପୁର ଅଞ୍ଚଳରେ ଡାଳୁଆ ଧାନ ଚାଷ ନଷ୍ଟ ହେବା, ବିଦ୍ୟୁତର ବାରମ୍ବାର ଲୁଚକାଳୀ ଖେଳ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଓ ଚାଷ କାର୍ଯ୍ୟରେ ହଇରାଣ ହେବା, ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ଏକାଉଣ୍ଟରେ ଟଙ୍କା ପଡ଼ୁ ନଥିବାରୁ ଘର ନିର୍ମାଣ କାମ ଆରମ୍ଭ ନ ହେବା ପରି ଆଲୋଚନାରେ ଅନେକ ପ୍ରସଙ୍ଗ ଥିଲେ ମଧ୍ୟ ଏସବୁ ବିଷୟରେ ଆଲୋଚନା ନ କରି କକ୍ଷ ତ୍ୟାଗ କରାଯାଇ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି ।

Leave A Reply

Your email address will not be published.