ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଯୁକ୍ତଦୁଇ ବିଭାଗର ବାଳିକା ମାନଙ୍କର ଆତ୍ମ ସୁରକ୍ଷା ଶିବିର ଉଦ୍ଘାଟିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ ଡ.ନାୟକ ସ୍ୱାଗତ ଭାଷଣ ସହ ଆତ୍ମ ସୁରକ୍ଷାର ଉପାଦେୟତା ସଂପର୍କରେ ବ୍ୟାଖ୍ୟା କରିଥିଲେ । ଆତ୍ମ ସୁରକ୍ଷା ଶିବିରର ଭାରପ୍ରାପ୍ତ ଅଧିକାରୀ ଅଧ୍ୟାପିକା ସୁଶ୍ରୀ ରୀନା ଧର୍ମବିନାୟକ ଆତ୍ମ ସୁରକ୍ଷାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଧ୍ୟାପିକା ଡ.ସନ୍ଧ୍ୟାରାଣୀ କୁଅଁର, ଶ୍ରୀମତୀ ଉର୍ମିଲା ପଣ୍ତା, ପ୍ରଶିକ୍ଷିକା ସୁଶ୍ରୀ ଅର୍ପିତା ପ୍ରଧାନ ତଥା ଛାତ୍ରୀ ମାନେ ସ୍ୱ ସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ସୁଶ୍ରୀ ପ୍ରଧାନ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର କେତୋଟି କୌଶଳ ପ୍ରଦର୍ଶନ କରିଥିଲେ । ଅଧ୍ୟାପିକା ଶ୍ରୀମତୀ ମୋନାଲିସା ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ସଭାରେ ଅଧ୍ୟାପକ, ଅଧ୍ୟାପିକା ତଥା ବହୁ ସଂଖ୍ୟାରେ ଛାତ୍ରୀମାନେ ଯୋଗଦେଇ ସଭାକୁ ସଫଳ କରିଥିଲେ ।
Prev Post