jayashree

ଫେନ୍‌ରେ ଶାଢ଼ୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଉଦୟନଗରର ନରସିଂହ ପଣ୍ଡାଙ୍କ ପୁଅ ଚନ୍ଦନ ପଣ୍ଡା ଗତକାଲି ରାତିରେ ତାଙ୍କ ପୁରୁଣା ଘରେ ଫେନରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ସୂଚନା ପାଇ ଆଜି ପୂର୍ବାହ୍ନରେ ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ତେବେ ଯୁବକଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା କୁହାଯାଇଛି ।

Leave A Reply

Your email address will not be published.