oom

ଖଣ୍ଡପଡାରେ ୨ଦିନ ଧରି ପାଳିତ ହେଲା ପଠାଣି ସାମନ୍ତ ଜୟନ୍ତୀ

jsmm

ନୟାଗଡ଼, (କେପିଏନ୍‌ଏସ୍‌) : ବିଶ୍ୱ ବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମ ଜୟନ୍ତୀ ୨୩ ଓ ୨୪ ଦୁଇ ଦିନ ବ୍ୟାପି ପାଳନ କରାଯାଇଛି । ଓଡିଶା ସହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ୍ ପରିଷଦର ମିଳିତ ସହଯୋଗରେ ଖଣ୍ଡପଡା ମହିଳା ମହାବିଦ୍ୟାଳୟରେ ତିଥି ଅନୁଯାୟୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୀତା ସ୍ୱାଇଁ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଆୟୋଜିତ ଉତ୍ସବରେ ବରିଷ୍ଠ ଆଇନଜୀବୀ ଗିରିଜା ଶଙ୍କର ତରାସିଆ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥୀ ଭାବେ ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତିକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଡଃ. ହରିହର କାନୁନଗୋ ପଠାଣି ସାମନ୍ତଙ୍କ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥୀ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାରତି ଭୂଷଣ ମିଶ୍ର, ସାଂସଦ ପ୍ରତିନିଧୀ ଚନ୍ଦ୍ରକାନ୍ତ ବଳିଆରସିଂ, ସମାଜସେବୀ ରମାକାନ୍ତ ସେଠୀ, କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଏକଦା ସମଗ୍ର ବିଶ୍ୱବାସୀଙ୍କୁ ନଭୋବିଗ୍ୟାନ ସମ୍ପର୍କରେ ଦିଗ୍ ଦର୍ଶନ ଦେଇଥିବା ପଠାଣି ସାମନ୍ତଙ୍କ ସମ୍ପର୍କରେ ଆଲୋଚନା ମାନ କରିଥିଲେ । ଏବଂ ଏହି ଉତ୍ସବରେ ଶିଶୁମେଳାର ଆୟୋଜନ କରି କୃତି ପ୍ରତିଯୋଗୀମନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ୨୪ ଡିସେମ୍ବର ସରକାରୀ ନିୟମ ମୁତାବକ ପଠାଣି ସାମନ୍ତ ସ୍ମୃତି ପରିଷଦ ଠାରେ ସଭାପତି ବିନାୟକ ମିଶ୍ରଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ୧୯୦ତମ ପଠାଣି ସାମନ୍ତ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ମୁଖ୍ୟ ବକ୍ତାଭାବେ ତିରୁପତୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ସମ୍ମାନିତ ଅତିଥୀ ଭାବେ ଏନ୍‌.ଏ.ସି ଅଧ୍ୟକ୍ଷା ଆରତୀ ପ୍ରଧାନ ଯୋଗଦେଇ ପଠାଣି ସାମନ୍ତଙ୍କ ବହୁମୂଖୀ ପ୍ରତିଭାର ଗୁଣଗାନ କରିଥିଲେ । ବିଧାୟକ ଶ୍ରୀ ସ୍ୱାଇଁ ତାଙ୍କ ଅଭିଭାଷଣରେ ପଠାଣି ସାମନ୍ତଙ୍କ ନାମରେ ୩ଟି ପ୍ରକଳ୍ପ ଖୁବ ଶୀଘ୍ର ସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଓଡିଶାରେ ୧୩ ଡିସେମ୍ବରକୁ ପ୍ରାଧାନ୍ୟ ଦେଇ ପଠାଣି ସାମନ୍ତ ଜୟନ୍ତୀ ପାଳିବା ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ସହିତ ଖଣ୍ଡପଡା ସରକାରୀ ଶାଖା ମୁଦ୍ରଣାଳୟ, ପଠାଣି ସାମନ୍ତ ମହାବିଦ୍ୟାଳୟ, ପଠାଣି ସାମନ୍ତ ମ୍ୟୁଜିୟମ ଓ ପଠାଣି ସାମନ୍ତ ପୂଜ୍ୟପୂଜା ପରିଷଦ ପକ୍ଷରୁ ମହାମହୋପାଧ୍ୟାୟ ପଣ୍ଡିତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ ବା ପଠାଣି ସମନ୍ତଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।

jittmm
Leave A Reply

Your email address will not be published.