oom

ଆସନ୍ତାକାଲି ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ବନ୍ଦ ଡାକରା

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ସର୍ବ ବୃହତ ସବ୍‌ଡିଭିଜନ୍‌ ହେଉଛି ଟିଟିଲାଗଡ଼ । ଦୀର୍ଘ ତିରିଶ ବର୍ଷ ହେଲା ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବି କରାଯାଉଛି । ଗୁଲମି ଗ୍ରାମର ଯୁବକ ରଞ୍ଜନ ଖୁଆସ ଟିଟିଲାଗଡ଼ରୁ ଭୁବନେଶ୍ୱରକୁ ଚାଲି ଚାଲି ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା କରନ୍ତୁ ବୋଲି କହିଥିଲେ । ସେହିପରି ଜିଲ୍ଲା କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟମାନେ ମଧ୍ୟ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ଜଣାଇଥିଲେ । ମିଖ୍ୟମନ୍ତ୍ରୀ ଆଇ ୱିଲ୍‌ ଏଗ୍‌ଜାମିନ୍‌ ବୋଲି କହିଥିଲେ କିନ୍ତୁ ଏଗ୍‌ଜାମିନ୍‌ ପ୍ରକ୍ରିୟା ତାଙ୍କ ଭିତରେ ସୀମିତ ରହିଗଲା । ମାର୍ଲାଡ୍‌ ବ୍ରିଜ୍‌ ଉଦ୍‌ଘାଟନ ସମୟରେ ମଧ୍ୟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଭେଟି ଏହି ଦାବି ବିଷୟରେ ଅବଗତ କରାଇଥିଲେ ହେଲେ ବି ଫଳ ଶୂନ୍ୟ । ପଦମପୁରକୁ ଉପନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଆସିଥିବା ବେଳେ ସେ ଜିଲ୍ଲା ନିଶ୍ଚୟ କରିବି ବୋଲି ପ୍ରତିଶୃତି ଦେଇଥିଲେ ଏବଂ ପ୍ରତିଶୃତି ରକ୍ଷା ସ୍ୱରୂପ କିଛି ଦିନ ତଳେ ଆର୍‌ଡିସିଙ୍କ ତରଫରୁ କାର୍ଯ୍ୟ ଆଗେଇଥିବା ଖବର ପ୍ରକାଶିତ ହେବା ପରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପୁଣି ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବି ଦୋହରାଇଛନ୍ତି ।

jittmm
Leave A Reply

Your email address will not be published.