oum

ବଲାଙ୍ଗିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ତଥା ରଥଯାତ୍ରା କମିଟି ଗୁଡ଼ିକର କର୍ମକର୍ତ୍ତାମାନେ ଏହି ପ୍ରସ୍ତୁତି ବୈଠକରେ ଯୋଗଦାନ କରି ରଥଯାତ୍ରା ଓ ବାହୁଡ଼ାଯାତ୍ରା କିଭଳି ଶୃଙ୍ଖଳାର ସହ ବଲାଙ୍ଗିରରେ ପାଳିତ ହେବ, ସେ ସଂପର୍କରେ ଆଲୋଚନା କରିଛନ୍ତି । ବିଗତ ଦିନରେ ରଥଯାତ୍ରା ସମୟରେ ରହିଥିବା ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସେଥିପ୍ରତି ବେଶ୍‌ ସଚେତନତା ଅବଲମ୍ବନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଂପୂର୍ଣ୍ଣ ନୀତିକାନ୍ତି ଅନୁସାରେ ବଲାଙ୍ଗିର ସହରରେ ରଥଯାତ୍ରା ଶୃଙ୍ଖଳାର ସହ ଆୟୋଜନ ହେବ ବୋଲି ବୈଠକରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.