oom

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପିସ୍‌ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପିସ୍‌ ପୋଷ୍ଟର ପ୍ରତିଯୋଗିତା ରବିବାର ଦିନ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ କ୍ଲବ ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଆବାସ ଖାଁ ଓ ପ୍ରୋଜେକ୍ଟ ଚେୟାରମେନ୍ ସଞ୍ଜୟ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ସକାଳ ୯.୩୦ରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସହରର ବିଭିନ୍ନ ସ୍କୁଲ ମାନଙ୍କରୁ ଛାତ୍ରଛାତ୍ରୀମାନେ ଆସି ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ ଆମ ଅଞ୍ଚଳର ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ମାନଙ୍କୁ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଭାଗ ନେବାକୁ ଆମନ୍ତ୍ରିତ କରାଯାଇଥିଲା । ଏହି ପ୍ରତିଯୋଗୀ ମାନଙ୍କ ପ୍ରତିଭାକୁ ସଠିକ୍ ଭାବେ ନିରୀକ୍ଷଣ କରିବା ପାଇଁ ଡିଏଭି ମହାବିଦ୍ୟାୟଳୟର ହିନ୍ଦୀ ଅଧ୍ୟାପକ ଦିଲ୍ଲୀପ କୁମାର, ଓଡ଼ିଆ ପ୍ରବନ୍ଧ ପାଇଁ କବି ସଞ୍ଜୟ ଅଗସ୍ତି, ଇଂରାଜୀ ପ୍ରବନ୍ଧ ପାଇଁ ପ୍ରଭାବତୀ ପବ୍ଲିକ ସ୍କୁଲର ଶିକ୍ଷକ ସୁରେନ୍ଦ୍ର ଦାସ ଓ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ସହରର ବିଶିଷ୍ଟ ଚିତ୍ରକାର ସୁଧୀର ମେହେରଙ୍କୁ ବିଚାରକ ମଣ୍ଡଳୀ ଭାବେ ଦାୟିତ୍ଵ ଦିଆଯାଇଥିଲା । ପ୍ରତିଯୋଗିତା ସରିବା ପରେ କୃତି ପ୍ରତିଯୋଗୀଙ୍କୁ କ୍ଲବ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ପୂର୍ବତନ ଡି. ଜି. ଲାୟନ ଯମୁନା ପ୍ରସାଦ ଗୋୟଲ୍, ପୂର୍ବତନ ସଭାପତି ରତ୍ନାକର ସାହୁ, ଦୀପକ ପୃଷ୍ଟି, ଲେଡି ଲାୟନ୍ ଲଳିତା ଲାଠ, ବବିତା ଶର୍ମା, ମିନାକ୍ଷୀ ସାହୁ, ଗୀତାଞ୍ଜଳି ଦର୍ଜି, ଲାୟନ କ୍ଷୀରସିନ୍ଧୁ ଦର୍ଜି, ମୁଁନମୁଁନ ରଥ, ସଞ୍ଜୟ ସୋନି, ରାକେଶ ଜୈନ, ଶମ୍ଭୁ ପ୍ରସାଦ ଗୋୟଲ୍, ଆକାଶ ଜୈନ, ସୁଜିତ ଚୌଧୁରୀ, ଅତୁଲ ଜୈନ, ଗୁଲାପ ସୋନି, କୋଷାଧ୍ୟକ୍ଷ ସଜ୍ଜନ କମାନି, ଲିଓ ଅଙ୍କିତ ଗୁପ୍ତା, ବରିଷ୍ଠ ସଦସ୍ୟ ଗୋପାଳ ଲାଠଙ୍କ ସମେତ ଅନ୍ୟାନ୍ୟ ବହୁ ସଦସ୍ୟ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.