କାଶୀପୁର ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ ଅନୁଷ୍ଠିତ

କାଶୀପୁର, (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ କୁଇଜ୍‌ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁଳରଞ୍ଜନ ସୁନା ରିବନ ଫିତା କାଟି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କେରିଥିଲେ । ଶୁଭାରମ୍ଭରେ ପ୍ରଥମେ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଗଣେଶଙ୍କ ଫଟଚିତ୍ରରେ ପୂଜାର୍ଚନା କରି ମୂଳ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଶୀପୁର ବ୍ଲକର ୧୮ଟି କ୍ଲଷ୍ଟରରୁ ୧୪୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ପ୍ରତ୍ୟକ କ୍ଲଷ୍ଟରରୁ ୨ ଜଣ ଶିକ୍ଷଜ ଯୋଗ ଦେଇଥିଲେ । କୃତିତ୍ୱ ଛାତ୍ରଛାତ୍ରୀଙ୍କ ପୁରସ୍କାର ବିତରଣ ସଭାରେ ମଞ୍ଚାସୀନ ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚମ୍ପା ମାଝୀ, ଏବିଇଓ କୁଳରଞ୍ଜନ ସୁନା, ଅବସର ପ୍ରାପ୍ତ ଶିକ୍ଷକ ନବକୁମାର ନାୟକ ଓ ଶଙ୍କର ମିଶ୍ର ଉପସ୍ଥିତ ଥିଲେ । ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କୁ ସବ-ଜୁନିଅର ଓ ଜୁନିଅର ଦଳ ଭାବେ ବିଭକ୍ତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ମାନ ପତ୍ର ଓ ଟ୍ରଫି ସହ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମକୁ କାଶୀପୁର ସିଆର୍‌ସିସି ଅରୁଣ କୁମାର ନାଏକ ପରିଚାଳନାର ଦାୟିତ୍ୱ ତୁଳାଇ ଥିଲେ, ଏବିଇଓ ବିଦ୍ୟାଧର ମାଝୀ ଓ ରଶ୍ମିରଂଜନ ଲେଙ୍କା ସହଯୋଗ କରିଥିବାବେଳେ ଚନ୍ଦ୍ରଗିରି ସିଆର୍‌ସିସି ହେମନ୍ତ କୁମାର ମହାରଣା କାର୍ଯ୍ୟକ୍ରମକୁ ସଙ୍ଗ କରି ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.