ବାଲିଗୁଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଲିଗୁଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ମେଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ପଣ୍ଡା, ବିଜ୍ଞାନ ଶିକ୍ଷକ ନାଗାର୍ଜୁନ ପ୍ରଧାନ ପ୍ରମୁଖ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଶିଶୁ ବୈଜ୍ଞାନିକ ମାନଙ୍କୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ଏହି ମେଳା ହେଉଛି । ଦେଶ ବିଜ୍ଞାନ କ୍ଷେତ୍ରରେ ବହୁ ଆଗକୁ ଯାଇଛି । ଏହିଭଳି ବିଜ୍ଞାନ ପ୍ରଦର୍ଶନୀ ମେଳା ଦ୍ୱାରା ଛାତ୍ରୀଛାତ୍ରଙ୍କ ବିଜ୍ଞାନ ପ୍ରତି ଆଗ୍ରହ ବଢିବ। ଛାତ୍ରୀଛାତ୍ରମାନେ ନୂଆ ନୂଆ ପ୍ରକଳ୍ପ ଉଦ୍ଭାବନ କରିବେ । ବୈଷୟିକ ଜ୍ଞାନ କୌଶଳର ବିକାଶ ମଧ୍ୟ ଘଟିବ ବୋଲି ଉତ୍ସବରେ ଯୋଗଦେଇ ବକ୍ତାମାନେ କହିଥିଲେ । ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଅଧ୍ୟକ୍ଷତା କରିଥିଲେ । ମେଳାରେ ୫୫ ଟି ବିଦ୍ୟାଳୟର ୯୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ବିଚାରକ ଭାବେ ସନ୍ତୋଷ କୁମାର ରଥ, ଶ୍ୟାମ ସୁନ୍ଦର ସାହୁ ଯୋଗ ଦେଇଥିଲେ । ଏଠାରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ପାଇଁ ୯ ଟି ପ୍ରକଳ୍ପ ଚୟନ ହୋଇଥିଲା । ଉତ୍ସବରେ ଶିଶିର କାନ୍ତ ପଣ୍ଡା, ଜଗଦୀଶ ଚନ୍ଦ୍ର ବେହେରା, ଫିଲିପି ଦିଗାଲ, ସାବତ ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.