oom

୧୪ରୁ ଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ମଧ୍ୟ ଇଂରାଜୀ ବିଦ୍ୟାଳୟର ଆସନ୍ତା ୧୪ ଏବଂ ୧୫ ତାରିଖରେ ଶତବାର୍ଷିକୀ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି । ଏହି ଅବସରରେ ଗୁଦେରପାଲି ଗାଁ ମୁଣ୍ଡରେ ୨୦ ଫୁଟ୍‌ ଉଚ୍ଚତା ଏବଂ ୨୪ ଫୁଟ ଚଉଡାର ଏକ ପ୍ରବେଶ ତୋରଣ ସାଙ୍ଗକୁ ୟୁପି ସ୍କୁଲ୍ ସମ୍ମୁଖରେ ଏକ ୧୪ଫୁଟ ଉଚ୍ଚତା ଏବଂ ୧୯ ଫୁଟ ଚଉଡାର ଏକ ସ୍କୁଲ ପ୍ରବେଶ ତୋରଣ ନିର୍ମାଣ କରାଯାଉଛି । ସ୍କୁଲ ପରିସର ସଫେଇ ସାଙ୍ଗକୁ ଶ୍ରେଣୀ କୋଠରୀମାନଙ୍କୁ ରଙ୍ଗ ବୋଲି ନାନା ରଙ୍ଗର ଆଲୋକ ମାଲାରେ ସୁସଜ୍ଜିତ କରିବା ପାଇଁ ପ୍ରସ୍ତୁତି ଯୋର୍‌ସୋର୍‌ ଚାଲିଛି । ଏହି ଶତବାର୍ଷିକୀ ଉତ୍ସବଟି ୨ ଦିନ ବ୍ୟାପି ଚାଲିବ । ଏଥିରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାପ୍ରେମୀ ତଥା ଜନସାଧାରଣଙ୍କ ମହାକୁମ୍ଭ ଦେଖିବାକୁ ମିଲିବ । ୨ ଦିନ ବ୍ୟାପି ସମଗ୍ର ଗୁଦେରପାଲି ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଅତିଥିମାନେ ଏକତ୍ର ଭୋଜନ କରିବେ ବୋଲି କମିଟି ନିଷ୍ପତ୍ତି ନେଇଛି । ପ୍ରଥମ ଦିବସରେ ଗ୍ରାମଦେବତୀଙ୍କ ପାଖରୁ ଉଦ୍‌ଘାଟନୀ ମଶାଳ ଯାତ୍ରା, ନୂତନ ତୋରଣମାନଙ୍କର ଉଦ୍‌ଘାଟନ, ହାସ୍ୟକବି ସମ୍ମିଳନୀ, ସ୍ମରଣିକା ଉନ୍ମୋଚନ, ସଂଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଲଘୁ ନାଟକ, ବୀଣାପାଣି ସାହିତ୍ୟ କଳା ସାଂସଦ ବଡକର୍ଲେ ନାଟକ ବଳଦ ଆଦି କାର୍ଯ୍ୟକ୍ରମ ରହିଛି । ସେହିପରି ଦ୍ୱିତୀୟ ଦିନରେ ଗୁରୁପୂଜନ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୀତ ନୃତ୍ୟ ପରିବେଷଣ, ସଂଧ୍ୟାରେ ଘେଁସ ଡ୍ରାମା ଏକାଡେମୀ ଦ୍ୱାରା ନାଟକ ଘାଟୀ, “ଲୁ” ପଦ୍ମପୁର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସାଙ୍ଗକୁ ଶତବାର୍ଷିକୀ ଉତ୍ସବଟି ଉଦ୍‌ଯାପିତ ହେବ ବୋଲି ଶତବାର୍ଷିକୀ ଉତ୍ସବ କମିଟି ତରଫରୁ ସୂଚନା ମିଲିଛି । ଏହି ସମସ୍ତ ପ୍ରସ୍ତୁତି ପାଇଁ ଏବେଠାରୁ ଗୁଦେରପାଲି ଅଞ୍ଚଳର ଯୁବକମାନଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ଦେଖିବାକୁ ମିଲୁଛି ।

jittmm
Leave A Reply

Your email address will not be published.