ମୁରିବାହାଲ ଡିଗ୍ରୀ ଓ +୨କଲେଜର ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଓ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ବିଶେଷ କରି ଉଭୟ ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଏହି କର୍ମଚାରୀମାନେ ଅତି ସ୍ୱଳ୍ପ ପାରିଶ୍ରମିକରେ ପରିବାର ପ୍ରତିପୋଷଣ କରୁଛନ୍ତି । ଏଥିପାଇଁ ସ୍ଵତନ୍ତ୍ର ସରକାରୀ ଆଦେଶ ପ୍ରକାଶ କରି ସେମାନଙ୍କୁ ଅନୁଦାନ ପ୍ରଦାନ ସହ ସରକାରୀ କର୍ମଚାରୀ ମାନ୍ୟତା ଦେବା ପାଇଁ ସରକାରଙ୍କୁ ବାରମ୍ବାର ଦାବୀ ଜଣାଇ ଆସୁଥିଲେ ମଧ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହାରି ପ୍ରତିବାଦରେ ରାଜ୍ୟ ଅଣଅନୁଦାନ ପ୍ରାପ୍ତ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି । ମୁରିବାହାଲ ବ୍ଲକ ସଂଯୋଜକ ଅଧ୍ୟାପକ ଅଂଶୁମାନ ଦାସଙ୍କ ନେତୃତ୍ୱରେ ଅଧ୍ୟାପକ ଘନଶ୍ୟାମ ଖମାରୀ, ପଙ୍କଜ ସାହୁ, ଭ୍ରୀଙ୍ଗରାଜ ରଣା, ଛନ୍ଦାଚରଣ ଖୁଣ୍ଟିଆ, ପ୍ରେମଚାନ୍ଦ ତାଣ୍ଡି, ଅଭୟାନନ୍ଦ ଦାସ, ଭବାନୀ ପୋଢ଼, ବୈକୁଣ୍ଠ ସାହୁ, ସାଗର ଦେହୁରୀ, ନାରାୟଣ ଭୋଇ, ଜୟକୃଷ୍ଣ ବଘାର, ଅଭିମନ୍ୟୁ ଛୁରା, ଅଜିତ ବାଗ ଓ ଶୋଭାବତୀ ଶାଣ୍ଢ ପ୍ରମୁଖ କର୍ମଚାରୀ ଏହି ଆନ୍ଦୋଳନ ଓ ଧାରଣାରେ ସାମିଲ ହୋଇଛନ୍ତି । ଯଦି ସରକାର ନୂତନ ଜିଆଇଏ ବାହାର ନ କରନ୍ତି ତାହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଆଜି ବୁଧବାର ମଧ୍ୟ ଏହି ଆନ୍ଦୋଳନ ଜାରି ରହିଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.