ଆଜି ଶ୍ୱଶୁର ଘର ଗାଁ ଛତ୍ରପୁର ବୁଲିବେ ସିନେ ତାରକା ଅମ୍ଲାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳରେ ପୌର ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଚାର ମଙ୍ଗଳବାର ସନ୍ଧ୍ୟାରେ ଅନ୍ତିମ ହେଉଥିବା ନେଇ ବିଭିନ୍ନ ରାଜନୈତିକ ଦଳ ତରଫରୁ ତତ୍ପରତା ବୃଦ୍ଧିପାଇବାରେ ଲାଗିଛି । ଏଣେ ଅଭିନେତା ଜୀନା, ଶୁଭାଶିଷ, ଏଲିନା ପ୍ରମୁଖଙ୍କ ଭୋଟ ପ୍ରଚାର ତଥା ଅନେକ ଷ୍ଟାର ପ୍ରଚାରକଙ୍କୁ ନେଇ ଭୋଟରଙ୍କୁ ପ୍ରଭାବିତ କରାଇବାରେ ଦଳୀୟ ପ୍ରାର୍ଥୀମାନେ ବ୍ୟସ୍ତ ରହିଛନ୍ତି । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୪ଟି ୱାର୍ଡର ସମସ୍ତ ସାହି ସାହି ବୁଲିବାକୁ ବାହାରିବେ ବିଖ୍ୟାତ ସିନେ ତାରକା ସ୍ୱର୍ଗତ ମିହିର ଦାସଙ୍କ ପୁତ୍ର ଯୁବ-ସିନେ ତାରକା ଅମ୍ଳାନ କୁମାର । ଅମ୍ଲାନ ଭାରତୀୟ, ଜନତାପାର୍ଟି ପକ୍ଷରୁ ଦଳୀୟ ପ୍ରଚାରରେ ବାହାରି ସମାଜସେବୀ କେ.ଚନ୍ଦ୍ରଶେଖର ରେଡ୍ଡୀଙ୍କ ସହଧର୍ମିଣୀ ତଥା ବିଜେପି ପୌର ଅଧ୍ୟକ୍ଷା ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନଙ୍କ ବିଜୟ ନେଇ ଭୋଟରଙ୍କୁ ପ୍ରଭାବିତ କରାଇବା ନିମନ୍ତେ ପ୍ରଚାରରେ ବାହାରିବେ । ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ୱାର୍ଡର ପ୍ରାର୍ଥୀ/ପ୍ରାର୍ଥିନୀଙ୍କ ନିମନ୍ତେ ଛତ୍ରପୁର ସହରର ସବୁ ସାହି ଭୋଟରମାନଙ୍କୁ ପ୍ରଭାବିତ କରିବା ନିମନ୍ତେ ସବୁ ସାହି ବୁଲିବାକୁ ଆସୁଛନ୍ତି ବୋଲି ଛତ୍ରପୁର ଜନସାଧାରଣଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଥିବା ଜଣାପଡିଛି । ପ୍ରକାଶ ଥାଉକି, ଅମ୍ଲାନ କୁମାର ଛତ୍ରପୁରର ଝିଅ ଭୂମିକାଙ୍କୁ ବିବାହ କରିଛନ୍ତି । ତେଣୁ ଛତ୍ରପୁର ତାଙ୍କ ଶ୍ୱଶୁର ଘର ଗାଁକୁ ଆସୁଛନ୍ତି, ଶୁଣି ଲୋକେ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ଅମ୍ଲାନଙ୍କ ବିଜେପି ଦଳୀୟ ପ୍ରଚାର ଆଜି ଦିନ ଦ୍ଵି-ପହରରୁ ଆରମ୍ଭ ହେଉଥିବା ନେଇ ଦଳୀୟ ମୁଖପାତ୍ର ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ ଦାୟିତ୍ୱରେ ଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର ମିଡ଼ିଆକୁ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!