ଜୁଏଲଙ୍କ ସହ ଆଦର୍ଶ ପାଠାଗାରର ସଦସ୍ୟଙ୍କ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ସନ୍ଧ୍ୟାରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ରାଉରକେଲା ଗସ୍ତ ଅବସରରେ ଆଦର୍ଶ ପାଠାଗାର ପରିସରକୁ ବୁଲିବାକୁ ଆସିଥିଲେ । ଏହି ଅବସରରେ ପାଠାଗାରର କର୍ମକର୍ତ୍ତା ମାନଙ୍କ ସହ ସାକ୍ଷାତକରି ପାଠାଗାରର ଲିଜ ନବିକରଣରେ ଉପୁଜିଥିବା ସମସ୍ୟା ଉପରେ ବିସ୍ତ୍ରୁତ ଆଲୋଚନା କରି ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବରେ ଆଲୋଚନା କରି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବା ପାଇଁ କହିଥିଲେ । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ଉପସଭାପତି ବାଉରୀବନ୍ଧୁ ସାହୁ, ଅଶୋକ ବଳ, ପ୍ରଦୀପ ପଟ୍ଟନାୟକ, ଟୁକୁଲା ପାଢ଼ୀ, ଅଟମ ରଥ, ଜ୍ୟୋତି ମହାପାତ୍ର, ପଞ୍ଚାନନ ପାତ୍ର, ବିଭୁତି ଭୂଷଣ ବିଶ୍ୱାଳ ପ୍ରମୁଖ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.