centurian jitm

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ : ୧୭ରୁ ଉର୍ଦ୍ଧ ଆହତ

ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଆପୁ ନାମକ ଯାତ୍ରୀବାହୀ ବସ୍‌ । ରାସ୍ତା ତଳକୁ ଓଲଟି ପଡିବାରୁ ୧୭ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଜିଆଳଦା ଚେଞ୍ଚଡା ଗଳାପୋଲ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଆପୁ ନାମକ ଏକ ବସ୍‌ ବହଳଦା ଥାନା ଜାରିଟାଣ୍ଡିରୁ କରଞ୍ଜିଆ ଯାଉଥିଲା । ରାସ୍ତାରେ ଯିବା ବେଳେ ଗଳାପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୭ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଥିଲେ । ସମସ୍ତ ଆହତଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ୨ଜଣଙ୍କୁ ବାରିପଦା ପିଆରଏମ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ବହଳଦା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବସ୍‌ର ବ୍ରେକ୍‌ ଫେଲ ହେବାରୁ ଭରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିବା ନେଇ ଚାଳକ କହିଛନ୍ତି ।

Leave A Reply

Your email address will not be published.