ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୁଜେନପାଲି ସ୍ଥିତ ଧବଳେଶ୍ୱର ଶୈବପୀଠ ଠାରେ ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜର ବାର୍ଷିକ ଅଧିବେଶନ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ପ୍ରାଦେଶିକ ପଣ୍ଡରା ମହାସଂଘର କର୍ମକର୍ତ୍ତା ମାନେ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମେ ସମାଜର ଇଷ୍ଟଦେବୀ ମାଁ ପାଟଣେଶ୍ୱର ଓ ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାଦେଶିକ ପଣ୍ଡରା ମହାସଂଘର କର୍ମକର୍ତ୍ତାମାନେ ସମାଜର ଏକକ ଚଳଣି ଉପରେ ପ୍ରସ୍ତାବିତ ଉପନିଧି ଚିଠାର ଆଲୋଚନା କରାଯାଇଥିଲା । ସମାଜର ହିତ ପାଇଁ କର୍ମକର୍ତ୍ତାମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜର ସଭାପତି ରସରାଜ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ବିନୋଦ ବିହାରୀ ଭୋଇ ମଂଚାସୀନ ଥିବାବେଳେ ପ୍ରାରମ୍ଭିକ ସୂଚନା ସଂଗଠନର ବରିଷ୍ଠ ସଭ୍ୟ ସୁଶିଳ ବିଶି ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ସଭାକୁ ସଂଯୋଜନା କରିଥିଲେ ଦୁତିଆ ଦେହେରୀ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମାଜର ଉଦ୍ୟୋଗପତି ରାମକୃଷ୍ଣ ସାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୨୪ ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ବଲାଙ୍ଗିର ସହରାଂଚଳ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ସୁଶ୍ରୀ ସ୍ୱାତୀ ଶୁଭ୍ରସ୍ମିତା ଦ୍ୱାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ସମାଜର ଉନ୍ନତି ଏବଂ ମଙ୍ଗଳ ପାଇଁ ଉପସ୍ଥିତ ସଦସ୍ୟ / ସଦସ୍ୟାମାନେ ମତାମତ ଦେଇଥିଲେ । ସମାଜର ଏକତା ରକ୍ଷା ଦିଗରେ ସମସ୍ତେ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ସଭାପତି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ ସଭାରେ ପ୍ରାଦେଶିକ ପଣ୍ଡରା ମହାସଂଘର କର୍ମକର୍ତ୍ତା ପରମାନନ୍ଦ ସା, ମୋହନ ଦ୍ୱାରୀ, ପଂଚାନନ ଦଳପତି, ସତ ବାରିକ, ଜୟକୃଷ୍ଣ ଦେହେରୀ, ବୀରେନ୍ଦ୍ର ଦେହେରୀ, ଦୟାସାଗର ସା, କୁମାର ନାଏକ, ଶଙ୍ଖାଳି ସାହୁ, ବୁଦ୍ଧଦେବ ବିଶି, ହଳଧର ସା, ଗୋପାଳ ସାହା ପ୍ରମୁଖ ଯୋଗ ଦେଇଥିଲେ । ଉପରୋକ୍ତ ବାର୍ଷିକ ଅଧିବେଶନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜର ସଦସ୍ୟ ଯଥା ବଳଦେବ ବିଶି, ଭବାନୀ ଶଙ୍କର ଭୋଇ, ସଞ୍ଜୟ ଭୋଇ, ନୟନ ସା, ବାଞ୍ଛାନିଧି ପଧାନ, ବାସୁଦେବ ସା, ନରେଶ ଦ୍ୱାରା, ସୁରେଶ ଦ୍ୱାରୀ, ଶୁଶିଳ କୁମାର ଭୋଇ, ସରୋଜ ଦେହେରୀ, ଅନ୍ତର୍ଯ୍ୟାମୀ ସା, କ୍ଷମାନିଧି ଝାଙ୍କର, ବଂଶୀଧର ସା, କୁନା ବାରିକ, ରାଜେଶ ଭୋଇ, କଳାକାହ୍ନୁ ଚୌହାନ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ସଂଗଠନର ସଂପାଦକ ବିନୋଦ ବିହାରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।