oom

ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ପ୍ରେସ୍‌ମିଟ୍

jsmm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଆଦିମ ଅଧିବାସୀ ଏକତା ମଞ୍ଚ ଏପରି ଏକ ଅଣ ରେଜିଷ୍ଟ୍ରିଭୁକ୍ତ ସଂଗଠନ ଯାହାକି ଜିଲ୍ଲାର ୪୨ ଗୋଟି ପଞ୍ଚାୟତର ୩୫୩ଟି ଗ୍ରାମର ଲୋକମାନଙ୍କ ପାଖରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା କେତେ ଦୂର ପହଞ୍ଚୁଚି ଲୋକମାନଙ୍କ ପାଖକୁ ଆସି ତର୍ଜମା କରିବା ସହିତ ଆଉ କେଉଁ କେଉଁ କ୍ଷେତ୍ରରେ ବିକାଶ ହେବା ଉଚିତ୍‌ ସେ ବିଷୟରେ ତର୍ଜମା କରିଥାଏ । ଆବଶ୍ୟକ ପଡିଲେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥାଏ । ଏଏଇଏମ୍‌ ଲୋକଙ୍କ ସହିତ ତୃଣମୂଳ ସ୍ତରରୁ ଜଡ଼ିତ ରହି ସେମାନଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିଥାଏ । ବର୍ତ୍ତମାନ ଏହି ସଂଗଠନ କୃଷି କ୍ଷେତ୍ରରେ ବିକାଶ ପାଇଁ କାର୍ଯ୍ୟ କରୁଛି । ବିଶେଷ କରି ଦ୍ଵିତୀୟ ଫସଲ ବା ରବି ଫସଲ କରି ଚାଷୀ ଭାଇମାନେ କିପରି ଉପକୃତ ହୋଇପାରିବେ ଏଥିପାଇଁ ଏହି ସଂଗଠନ ସେମାନଙ୍କୁ ସଚେତନ କରାଇବା ସହ ମୁଗ, ବିରି, କୋଳଥ, ସୋରିଷ, ହରଡ଼ ଓ ବୁଟ ଚାଷ ଉପରେ ଗୁରୁତ୍ୱ ଦେବାକୁ ଉତ୍ସାହିତ କରିବା ସହିତ ସେମାନଙ୍କ ପାଖରେ ଉନ୍ନତ ମାନର ବିହନ ପହଞ୍ଚାଇବାକୁ ପ୍ରୟାସ କରି ସଫଳତା ମଧ୍ୟ ପାଇଛି । ବର୍ତ୍ତମାନ ଦେଶରେ ନିର୍ବାଚନ ଜାରି ରହିଥିବା ବେଳେ ଏହି ସଂଗଠନ ପକ୍ଷରୁ ତିନି ପ୍ରମୁଖ ଦଳର ବିଧାନସଭା ପାଇଁ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ମାନଙ୍କୁ ଭେଟି ଚାଷୀ ମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିବାକୁ ଜନ ଇସ୍ତାହାର ପ୍ରଦାନ କରାଯାଇଥିବା ଏହି ପ୍ରେସ୍‌ମିଟ୍‌ରେ ସଂଗଠନର ବୌଦ୍ଧ ଜିଲ୍ଲା ପ୍ରଭାରୀ ଦ୍ଵାଦଶ କୁମାର ଜାନୀ ଓ ଦାଶରଥି ନାୟକ ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.