ବିଜୁଳି ତାର ଚୋରି ଅଭିଯୋଗରେ ୪ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଜୁଳି ତାର ଚୋରି ଅଭିଯୋଗରେ ୪ ଗିରଫ । ଆଗଲପୁର ଥାନା ଝରନିପାଲି ପଞ୍ଚାୟତ ଅନ୍ତର୍ଗତ ଚୁଙ୍ଗିଦାଦର ଗ୍ରାମରୁ ଆଲୁମିନିୟମ ବିଦ୍ୟୁତ୍ ତାର ଚୋରି କରୁଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତମାନେ ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରି ଗ୍ରାମର କିଶୋର ରଣା(୨୯), ରାଜୁ ଭୋଇ(୨୩), ମଣ୍ଟୁ ରଣା(୪୦) ଓ ନୀଳମାଧବ ଓରଫ ଶୁକ୍ରୁ ରଣା ବୋଲି ଜଣାପଡ଼ିଛି । ସେମାନଙ୍କ ଠାରୁ ୧୫ଶହ ମିଟର କଟା ଯାଇଥିବା ଆଲୁମିନିୟମ ବିଦ୍ୟୁତ ତାର ସମେତ ଗୋଟିଏ କଟର ମେସିନ, ଦୁଇଟି ବାଇକ୍ ଓ ୩ଟି ମୋବାଇଲ ପୋଲିସ ଜବତ କରିଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବାସୁଦେବ ଭୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.