ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରାୟ ୯୦ ଭାଗ ଧାନପଚି ଯାଇଛି ବୋଲି ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ କରାଯାଇଛି । ବର୍ତ୍ତମାନ ସମୟରେ ଧାନ ଅମଳ କରିବା ସମୟ କେତେ ଜାଗାରେ ଧାନ କାଟି ବିଲରେ ପଡିଛି, ଏବେ ଲଘୁଚାପ ରେ ବାତ୍ୟା ହେବ ବୋଲି ପାଣିପାଗ ସୂଚନା ଦେଇଛି, ଚାଷୀକୂଳ ଛାନିଆ ଓ଼ ଭୟଭୀତ ହୋଇ ଅଛନ୍ତି । ଯଦି ଅଧିକ ବର୍ଷା ପବନ ହେବ ଧାନ ଫସଲ ନଷ୍ଟ ହୋଇଯିବ, ପାଚିଲା ଧନରେ ମଇ ଦେଲା ଭଳି ହୋଇଯିବ । ଚାଷୀଙ୍କ ବର୍ଷକର ଖାଦ୍ୟ ନଷ୍ଟ ହୋଇଯିବ, ଭାଗଚାଷୀ ଓ ଛୋଟ ଚାଷୀମାନେ ବହୁତ କ୍ଷତି ସହିବେ । ସରକାରଙ୍କ କ୍ଷତିପୂରଣ କି ଫସଲବୀମା ସହାୟତା ପାଇବେ ନାହିଁ । ଜିଲାରେ ପ୍ରାକୃତିକ ବିପର୍ଯ୍ୟସ୍ତ ଚାଷୀଙ୍କ ଚିର ସାଥି ହୋଇଗଲାଣି । ପରିବେଶ ନଷ୍ଟ ହେବାରୁ ଏପରି ଦୁର୍ଦ୍ଦଶା ହେଉଛି । ସରକାର କ୍ଷତିପୂରଣ ବାବଦକୁ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ମାତ୍ର ୧୭ ହଜାର ଟଙ୍କା ଅଣଜଳସେଚିତ ପାଇଁ ୮୫୦୦ ଟଙ୍କା ଧାନ ଫସଲ କ୍ଷତି ହେଲେ ସହାୟତା ଦିଅନ୍ତି ଯାହାକି ମୂଳମଜୁରୀ ଖର୍ଚ୍ଚକୁ ମଧ୍ୟ ହେଉନାହିଁ । ଧାନ ଚାଷ ପାଇଁ ହେକ୍ଟର ପିଛା ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ, ମାତ୍ର ସରକାର ସହାୟତା ସମୁଦ୍ରକୁ ସଙ୍ଗେ ଭଳି । ଏଣୁ ପ୍ରାକୃତିକ ବିପର୍ଯ୍ୟୟ ହୋଇ ଧାନ ଫସଲ କ୍ଷତି ହେଲେ କେବଳ ନାଗୁତି ଖର୍ଚ୍ଚ ବାବଦଜୁ ଅତି କାମରେ ହେକ୍ଟର ପିଛା ୪୦ ହଜାର ଟଙ୍କା ସହାୟତା ଦେଲେ ଚାଷୀ ଅଣ୍ଟା ସଳଖି ପାରିବେ । ଏଥିପାଇଁ ଋଷିକୁଲ୍ୟା ରୟତ ମହାସଭା ସରକାର ଙ୍କନିକଟରେ ଦାବୀ କରିଛନ୍ତି । ଏହି ଦୁର୍ଦ୍ଦଶା ବଢୁଥିବା ସମୟରେ କୃଷି ବିଭାଗ ଚାଷୀଙ୍କ ପାଖକୁ ଯାଇ ସାହାଯ୍ୟ କରିବାକୁ ମହାସଭା ଦାବୀ କରିଛି ।