ପୋଟସରେ ଚାଷୀଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପୋଟସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ସକାଳେ ପୋଟସ ଗ୍ରାମର ଅଲେଖ ନିଆଲ (୫୩) ନାମକ ଜଣେ ଚାଷୀ ତାଙ୍କ ବିଲକୁ ଯାଇଥିଲେ । ଅନେକ ସମୟ ପରେ ମଧ୍ୟ ଅଲେଖ ଘରକୁ ନଫେରିବାରୁ ତାଙ୍କ ସ୍ତ୍ରୀ ବିଲକୁ ଖୋଜିବାକୁ ଯାଇଥିଲେ । ତାଙ୍କ ବିଲ ଠାରୁ କିଛି ଦୂରରେ ଅଲେଖଙ୍କ ମୃତ ଦେହ ସନ୍ଦେହ ଜନକ ଭାବରେ ପଡ଼ିଥିବା ଦେଖି ସମ୍ପର୍କୀୟ ମାନଙ୍କୁ ଖବର ଦେଇଥିଲେ । ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ କଲମପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ କଲମପୁର ଥାନା ଅଧିକାରୀ ବିଶ୍ୱମ୍ବର କଅଁର, ଏସ୍‌ଆଇ ଶିବ ଶଙ୍କର ମହାନ୍ତି, ଅସିତ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ସାଇଣ୍ଟିଫିକ ଟିମର ମଧ୍ୟ ସହାୟତା ନିଆଯାଇଥିଲା । ପୁଲିସ ଅଧିକ ତଦନ୍ତ ଜାରି ରଖିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡିବ ।

Leave A Reply

Your email address will not be published.