ଅବସର ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ସତ୍ୟଜିତ୍ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ପଦବୀରୁ ଅବସର ନେଇଛନ୍ତି । ଆଉ ଓପିଏସ୍‌ସି ସଦସ୍ୟ ସନତ କୁମାର ମହାନ୍ତିଙ୍କୁ ଆୟୋଗର ଇନଚାର୍ଜ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓପିଏସ୍‌ସି ସଦସ୍ୟ ସନତ କୁମାର ମହାନ୍ତି ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୩ତାରିଖରୁ ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ଓପିଏସ୍‌ସି ଅଧ୍ୟକ୍ଷ ଦାୟିତ୍ୱରେ ରହିବେ । ଏବେ ଆୟୋଗରେ ସନତ ମହାନ୍ତିଙ୍କ ସମେତ ଅନ୍ୟ ୪ଜଣ ସଦସ୍ୟ – ଡଃ ସରିତା ସୁପକାର, ଶ୍ୟାମଭକ୍ତ ମିଶ୍ର, ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ଗୌରାଙ୍ଗ ଚରଣ ସାହୁ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.