jayashree

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ସହର ସନ୍ନିକଟ ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମଠାରେ ଚାଲିଥିବା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ସମ୍ବଲପୁର ଏଫ୍‌ସି ଓ ବିଶାଖାପାଟନମ୍‌ ର ଭାଇଜାକ ସିଟି ଫୁଟବଲ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଖେଳଟି ତୀବ୍ର ମୁକାବିଲା ପରିସ୍ଥିତି ଥିବାବେଳେ ହଠାତ୍‌ ସମ୍ବଲପୁର ଦଳ ୧୦ମିନିଟ୍‌ ଭିତରେ ୨ଟି ପେନାଲ୍‌ଟି ଗୋଲ ଦେଇ ଖେଳର ପରିସ୍ଥିତିକୁ ଓଲଟ ପାଲଟ କରିଦେଲେ । ତଥାପି ବିଶାଖାପାଟନମ୍‌ ଦଳ ଗୋଲ ପରିଶୋଧ କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିବା ବେଳେ ମାତ୍ର ଗୋଟିଏ ଗୋଲ ଦେଇଥିଲେ । ତାପରେ ସମ୍ବଲପୁର ଦଳ ଏକ ପାଖିଆ ଖେଳି ଆଉ ୩ଟି ଗୋଲ ଦେଇ ୫-୧ ଗୋଲରେ ବିଜୟ ହାସଲ କରିଥିଲେ । ଆଜିର ଖେଳରେ ଅତିଥି ଭାବରେ ବଲାଙ୍ଗିର ଏଡିଡବ୍ଲୁ ଓ ପ୍ରତାପ ଚନ୍ଦ୍ର ମହାନ୍ତି, ସରକାରୀ ଆଇଟିଆଇ ପିନ୍‌ସିପାଲ୍‌ ଇଂ.ମିଲନ କୁମାର ସାହୁ ଏବଂ ଗନ୍ଧମାର୍ଦ୍ଧନ ଆଇଟିଆଇ ପିନ୍‌ସିପାଲ୍‌, ଇଂ.ବିଶ୍ୱରଂଜନ ବେହେରା ଯୋଗଦାନ କରି ଖେଳାଳୀମାନଙ୍କ ସହିତ କରମର୍ଦନ କରିଥିଲେ । ଏଥିରେ ଆୟୋଜକ କମିଟୀର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ର, ସାଇଟ୍‌ କଲେଜର ଅଧ୍ୟକ୍ଷା ନମିତା ପଟେଲ ଓ ପୂର୍ବତନ କୋଚ୍‌ ଚଗଲା ପରିଛା ସହଯୋଗ କରିଥିଲେ । ମାନ୍ୟତାପ୍ରାପ୍ତ ରେଫ୍‌ରୀ ଦେବାଶିଷ ବାଗ, ସୁବ୍ରତ କୁମାର ପୁରୋହିତ, ସୁଧାଂଶୁ ସେଠ ଓ ସଂଜିବ କୁମାର ମହାରଣା ଖେଳ ପରିଚାଳନା କରିଥିବା ବେଳେ ସୁନୀଲ ଚନ୍ଦ୍ର ବିଶ୍ୱାଲ ମ୍ୟାଚ୍‌ କମିଶନର ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ପ୍ରମୋଦ କୁମାର ମିଶ୍ର, ଅଶୋକ କୁମାର ମେହେର, ବୃନ୍ଦାବନ ମହାକୁର, ସାଇଟ ନର୍ସିଂ କଲେଜ ପ୍ରିନ୍‌ସିପାଲ ଲୋପାମୁଦ୍ରା ମିଶ୍ର, ଜୟନ୍ତ ପଟେଲ, ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ କୁମରମଣୀ ସେଠ, ଜିଲ୍ଲା କ୍ରୀଡା ସଂଘ ଫୁଟବଲ ସମ୍ପାଦକ ହେମନ୍ତ ବେହେରା ତଥା ସଭ୍ୟ ଶରତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ପ୍ରଥମ ସେମି ଫାଇନାଲ ଖେଳ ସଦାଇପାଲି ସାଇଟ ବନାମ ସମ୍ବଲପୁର ଏଫ୍‌ସି ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟୀର ସଂପାଦକ ଡ.ନାରାୟଣ ପ୍ରସାଦ ମିଶ୍ରଙ୍କଠାରୁ ପ୍ରକାଶ ।

Leave A Reply

Your email address will not be published.