csstore

ବଲାଙ୍ଗିର ମାଟିର କୁନି ଚିତ୍ରଶିଳ୍ପୀ ଅନ୍ୱେଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଝିଅ, ନାଆ ତାଙ୍କର ଅନ୍ୱେଷା ଷଡଙ୍ଗୀ । କେନ୍ଦ୍ରୀୟ ବିଦ୍ୟାଳୟରେ ସେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। କିନ୍ତୁ ଏହାରି ଭିତରେ ସେ ଚମତ୍କାର ଆର୍ଟ ବି କରନ୍ତି । ଯାହା ଦେଖନ୍ତି ତାହା ଅବିକଳ ଆଙ୍କି ଦିଅନ୍ତି । ହାତରେ ଯାଦୁ ଅଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଛୋଟ ବେଳୁ ଚିତ୍ର ଆଙ୍କିବା ପ୍ରତି ଇଚ୍ଛା ପ୍ରକାଶ କରିଥିବା ବେଳେ ଏବେ ସେ ପାଠ ଯେମିତି ଭଲ ଭାବରେ ପଢ଼ନ୍ତି । ଆର୍ଟ ବି ସେମିତି ଭଲ କରନ୍ତି। ସେ ସଦାବେଳେ ଯେଉଁ ଆର୍ଟର ଅର୍ଥ ଥାଏ ସେ ସବୁ ଆର୍ଟ ଆଙ୍କି ଥାଆନ୍ତି । ସଚେତନ ମୂଳକ ଆର୍ଟ ବି ସେ ଆଙ୍କି ଥାଆନ୍ତି । ଆର୍ଟ କ୍ଷେତ୍ରରେ ସେ ଜଣ ଭଲ ଚିତ୍ରଶିଳ୍ପୀ ହେବାର ସ୍ୱପ୍ନ ଦେଖିଥିବା ବେଳେ ପାଠ ପଢ଼ା କ୍ଷେତ୍ରରେ ଜଣେ ଏଷ୍ଟ୍ରୋନଟ୍ ହେବାର ସ୍ୱପ୍ନ ଦେଖିଛନ୍ତି । ସେ ଗୁଡ଼ାଏ ଆର୍ଟ କରନ୍ତି । ଯାହାର ଅର୍ଥ ରହିଥିବ ଓ ସେହି ଆର୍ଟକୁ ଦେଖି ଲୋକେ ସଚେତନ ହେଉଥିବେ।

jayashree
Leave A Reply

Your email address will not be published.