csstore

ଆଦିବାସୀ ମହାବିଦ୍ୟାଳୟରେ +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ +୩ କଳା, ବିଜ୍ଞାନ ଓ ବାଣିଜ୍ୟ ସମ୍ମାନ ଶ୍ରଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ବୁଧବାର ଠାରୁ ଆରମ୍ଭ ହୋଇଛି । ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗ ଦର୍ଶନରେ ସମ୍ପୂର୍ଣ୍ଣ ଆଡ଼ମିସନ ଟିମ୍ ଏହି କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରୁଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ପୁରାତନ ମହାବିଦ୍ୟାଳୟଟି ୧୯୭୯ ମସିହା ଅଗଷ୍ଟ ୩୦ ତାରିଖରେ ପ୍ରତିଷ୍ଠିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଘରୋଇ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ବେଶ ପରିଚିତ ହୋଇପାରିଛି ।

jayashree
Leave A Reply

Your email address will not be published.