ଅର୍ଣ୍ଣବଙ୍କୁ ଜାମିନ ଦେବାକୁ ମନା କରିଦେଲେ ହାଇକୋର୍ଟ

ମୁ‌ମ୍ବାଇ : ମୁ‌ମ୍ବାଇ ହାଇକୋର୍ଟ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଥିବା ଘଟଣାରେ ଅର୍ଣ୍ଣବଙ୍କୁ ରାୟଗଡ ପୋଲିସ ଗିରଫ କରିଛି । ସେ ବର୍ତ୍ତମାନ ଚଉଦ ଦିନ ପାଇଁ ନ୍ୟାୟିକ ହେପାଜତରେ ଅଛନ୍ତି।

ଏହାର ନିଷ୍ପତ୍ତିରେ ହାଇକୋର୍ଟ କହିଛନ୍ତି ଯେ, ଅର୍ଣ୍ଣବ ଯଦି ଚାହାଁନ୍ତି ତେବେ ସେସନ୍ କୋର୍ଟକୁ ଯାଇପାରିବେ ଏବଂ ଆସନ୍ତା ଚାରି ଦିନ ମଧ୍ୟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାରିବେ ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫାନ୍ନାଭିସ୍ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ, ଅର୍ଣ୍ଣବଙ୍କ ସହ ଜେଲରେ ହୋଇଥିବା ବ୍ୟବହାରରେ ହାଇକୋର୍ଟ ‌ସ୍ୱତଃ ସଜ୍ଞାନ ଗ୍ରହଣ କରିବା ଉଚିତ୍ । ଅର୍ଣ୍ଣବ ଗୋସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଜେଲରେ ମାଡ ମରାଯିବା ସହ ଅସତ୍‌ ବ୍ୟବହାର ପ୍ରଦର୍ଶନ କରାଯାଇଛି ।

Leave A Reply

Your email address will not be published.