ଡ୍ରଗ୍ସ ମାମଲା : ଚଳଚ୍ଚିତ୍ର ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢ଼ଉ

ମୁ‌ମ୍ବାଇ : ବଲିଉଡର ଡ୍ରଗ୍ସ ସଂଯୋଗ ମାମଲାରେ ଏନସିବି ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଛି । ରେଡ୍‌ ମାରିବା ପାଇଁ ଏନସିବି ଅଧିକାରୀମାନେ ବାନ୍ଦ୍ରାସ୍ଥିତ ରାମପାଲଙ୍କ ମୁମ୍ବାଇ ଘରେ ପହଞ୍ଚିଛନ୍ତି । ଆଜି ସକାଳେ ଏନସିବି ଅଧିକାରୀ ଅର୍ଜୁନ ରାମପାଲଙ୍କ ଘରେ ପହଞ୍ଚିଥିଲେ । କୁହାଯାଉଛି ଯେ, ଏନସିବି ରାମପାଲଙ୍କ ଘରେ ଡ୍ରଗ୍ସ ଖୋଜୁଛି । କୌଣସି ସୂତ୍ରରୁ ସୂଚନା ପାଇ ଏନସିବି ପହଞ୍ଚିଛି ଅର୍ଜୁନ ରାମପାଲଙ୍କ ଘରେ ।

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡର ଡ୍ରଗ୍ସ ସଂଯୋଗ ବାହାରିଥିଲା । ଏହା ପରେ ଏନସିବି ଜଣକ ପରେ ଜଣକର ଡ୍ରଗ୍ସ ସହ ଲିଙ୍କ୍ ଥିବା ବିଷୟରେ ଫିଲ୍ମ ଇଣ୍ଡଷ୍ଟ୍ରି ଖେଳେଇବାକୁ ଲାଗିଲା । ଗତ ମାସରେ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ଭାଇ ଆଗିସିଆଲୋସ ଡେମେଟ୍ରିଏଡସ୍ ଏନସିବି ଦ୍ୱାରା ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ ।

Leave A Reply

Your email address will not be published.