ଅଭିଷେକ କହିଲେ, ଚଳିତ ବର୍ଷ ଦୀପାବଳି ପାର୍ଟି ଦେବେ ନାହିଁ ବିଗ୍ ବି

ମୁମ୍ବାଇ : ଦୀପାବଳିକୁ ଖୁବ୍ ଧୁମଧାମରେ ପାଳନ କରିଥାଆନ୍ତି ବଲିଉଡ୍ ସେଲିବ୍ରିଟିମାନେ । ବଲିଉଡ୍‌ର ସୁପର୍‌ ହିରୋ ବିଗ୍‌ ବି ଅମିତାଭ ବଚ୍ଚନ ଏକ ନିଆରା ଢଙ୍ଗରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରି ଭବ୍ୟ ପାର୍ଟିର ଆୟୋଜନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ସେ ଏହି ପାର୍ଟି ଦେବେନାହିଁ ବୋଲି କହିଛନ୍ତି ତା‌ଙ୍କ ପୁୁଅ ଅଭିଷେକ ବଚ୍ଚନ । ଅଭିଷେକ କହିଛନ୍ତି ଯେ, ଏ ବର୍ଷ ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି ଓ ଏଥିପାଇଁ ବିଗ୍‌ ବି ଏଥର ଦୀପାବଳି ପାର୍ଟି ଦେବେନାହିଁ । ସୂଚନାଯୋଗ୍ୟ, ଚଳିତବର୍ଷ ଅମିତାଭଙ୍କ ଝିଅ ଶ୍ୱେତା ନନ୍ଦାଙ୍କ ଶାଶୁ ରିତୁ ନନ୍ଦାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.