jayashree

ପିଏମ୍‌ଏସ୍‌ଜିଏମ୍‌ବିୱ।ଇ ଅନ୍ତର୍ଗତ ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ ସୌର ଶକ୍ତି ସଂସ୍ଥାପନ : ୨୦୨୭ ସୁଦ୍ଧା ଏକ କୋଟି ଲକ୍ଷ୍ୟ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱର ସର୍ବ ବୃହତ ଘରୋଇ ସୌର ଶକ୍ତି ଯୋଜନା ହେଉଛି ପିଏମ୍‌ ସୂର୍ଯ୍ୟ ଘର–ମାଗଣା ବିଜୁଳି ଯୋଜନା ବା ପିଏମ୍‌ଏସ୍‌ଜିଏମ୍‌ବିୱ।ଇ । ଭାରତବର୍ଷରେ ସୌର ଶକ୍ତିର ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ବିଶେଷ ସହାୟକ ହୋଇପାରିଛି । ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ, ଅକ୍ଟୋବର ୨୦୨୫ ସୁଦ୍ଧା ୨୦ ଲକ୍ଷ, ମାର୍ଚ୍ଚ ୨୦୨୬ ସୁଦ୍ଧା ୪୦ ଲକ୍ଷ, ମାର୍ଚ୍ଚ ୨୦୨୭ ସୁଦ୍ଧା ଏକ କୋଟି ଆବଶ୍ୟକୀୟ ଯନ୍ତ୍ରପାତି ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତି ମାସ ପିଛା ୭୦ ହଜାର ଲେଖାଏଁ ନଅ ମାସ ଭିତରେ ୬.୩ ଲକ୍ଷ ଆବଶ୍ୟକୀୟ ଯନ୍ତ୍ରପାତି ଲଗାଯାଇଥିବା କୁହାଯାଇଛି । ଫେବୃଆରୀ ୨୦୨୪ରେ ଏହି ଯୋଜନା ଆରମ୍ଭ ହେବା ପରେ ପ୍ରତି ମାସରେ ଲଗାଯାଉଥିବା ଯନ୍ତ୍ରପାତିକୁ ଏବେ ଦଶଗୁଣା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏକ୍ଷେତ୍ରରେ ଗୁଜରାଟ, ମହାରାଷ୍ଟ୍ର, କେରଳ ଓ ଉତ୍ତରପ୍ରଦେଶ ବିଶେଷ ଅଗ୍ରଗତି କରିଛି । ସୌର ଶକ୍ତି ଯନ୍ତ୍ରପାତି ଲଗାଇବା ନେଇ ପ୍ରାଥମିକ ପର୍ଯ୍ୟାୟରେ ରହିଥିବା ସମସ୍ତ ସମସ୍ୟାକୁ ଏହା ଭିତରେ ସମାଧାନ କରାଯାଇଛି । ଆବଶ୍ୟକୀୟ ଶକ୍ତି ସଂସ୍ଥାପନ ଲାଗି ବିତରକ ସମ୍ପାନୀଗୁଡିକ କାମ କରିଛନ୍ତି । ଏପରିକି ୧୦ କିଲୋ ବାଟ ପର୍ଯ୍ୟନ୍ତ ସିଷ୍ଟମ ଲାଗି ଟେକ୍ନିକାଲ ଫିଜିବିଲିଟି ରିପୋର୍ଟ ବା ଟିଏଫ୍‌ଆର୍‌କୁ ଛାଡ କରାଯାଇଛି । ବିତରକ କମ୍ପାନୀଗୁଡିକର ପରିଦର୍ଶନ ଦ୍ୱାରା ସବ୍‌ସିଡ ମଞ୍ଜୁର ହେବା ସହ ନେଟ ମିଟର ସଂସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ୩ କିଲୋ ବାଟ ପର୍ଯ୍ୟନ୍ତ ସିଷ୍ଟମ ଲାଗି ଜନ ସମର୍ଥ ପୋର୍ଟାଲର ବି ବ୍ୟବସ୍ଥା କରାଯାଇଛି ।
ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ପଦକ୍ଷେପ ୯୦ରୁ ଅଧିକା ବିତରକ କମ୍ପାନୀ, ବ୍ୟାଙ୍କ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ସଙ୍ଗଠିତ କରିବା ଲାଗି ଆଇଟି କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ନିଆଯାଇଛି । ବିକ୍ରେତାମାନଙ୍କୁ ମୁତୟନ କରିବାକୁ ଅଗ୍ରାଧିକାର ଦିଆଯାଇଛି । ପ୍ରାୟ ନଅ ହଜାର ବିକ୍ରେତାମାନଙ୍କୁ କାର୍ଯ୍ୟକ୍ଷମ କରାଯାଇଛି ଓ ପ୍ରତିଦିନି ନୂଆ ନୂଆ ବିକ୍ରେତା ଯୋଡି ହେଉଛନ୍ତି । ଉଚ୍ଚମାନର ସଂସ୍ଥାପନ ଓ ସେବା ଯୋଗାଇବା ଲାଗି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାଖାପାଖି ୪୦ ହଜାର ଲୋକଙ୍କୁ ତାଲିମ ଦିଆଯାଇଛି । ଆସନ୍ତା ୮ ମାସ ଭିତରେ ଆଉ ୨ ଲକ୍ଷ ଟେକ୍ନିସିଆନମାନଙ୍କୁ ତାଲିମ ଦିଆଯିବାକୁ ଯୋଜନା ବି ରଖାଯାଇଛି । ଅନୁଧ୍ୟାନ, ସୌର ପ୍ଲାଂଟ କମିଶନ ଓ ନେଟ ମିଟର ଯୋଗାଇବା ଲାଗି ୫୦ ହଜାରୁ ଅଧିକା ବିତରକ କମ୍ପାନୀର ଇଞ୍ଜିନିୟରମାନଙ୍କୁ ସ୍ୱତନ୍ତ୍ର ତାଲିମ ଯୋଗାଯାଉଛି ।
ବ୍ୟାପକ ଭିତିଭୂମି ଉପରେ ଗୁରୁତ୍ୱ
ବିଭିନ୍ନ ଖାଉଟିଙ୍କ ଲାଗି ଏହି ଯୋଜନାକୁ ବି ସରଳୀକରଣ କରାଯାଇଛି । ପୂର୍ବରୁ ଆବେଦନକାରୀମାନେ ବିବିଧ କାଗଜପତ୍ର ଦେଉଥିଲେ ଓ ବିଭିନ୍ନ ବିତରକ କମ୍ପାନୀ ଅଫିସକୁ ଲଗାତର ଦୌଡୁଥିଲେ । ୧୦ କିଲୋବାଟ ସିଷ୍ଟମ ଲାଗି ଦରକାରୀ ପ୍ରଯୁକ୍ତିଗତ ସୁବିଧା ସୁଯୋଗକୁ ବିଭିନ୍ନ ବିତରକ କମ୍ପାନୀ ଏବେ ସୁଲଭ କରିଛନ୍ତି । ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରି ଏବେ କମ୍ପାନୀଗୁଡିକ ଡିଜିଟାଲ ମାଧ୍ୟମ ଆପଣେଇଛନ୍ତି । ପିଏମ୍‌ ସୂର୍ଯ୍ୟଘର ବେବସାଇଟରେ ମାତ୍ର ପାଂଚ ମିନିଟ ସମୟ ଭିତରେ ଆବେଦନକାରୀମାନେ ଆବେଦନ କରିପାରୁଛନ୍ତି । ପୋର୍ଟାଲର ଜିଆଇଏସ୍‌ ଫିଚର ମାଧ୍ୟମରେ ଆବେଦନକାରୀମାନେ ଛାତ ଉପରେ ସୌର ପ୍ୟାନେଲ ସଂସ୍ଥାପନ ପାଇଁ ପ୍ଲାନ କରିପାରୁଛନ୍ତି । ପୋର୍ଟାଲ ମାଧ୍ୟମରେ ୭ ପ୍ରତିଶତ ସୁଧ ହାରରେ ଋଣ ବି ଯୋଗାଯାଉଛି । ଅନୁସନ୍ଧାନ କରିବାକୁ ପୋର୍ଟାଲ ମାଧ୍ୟମରେ ବିତରକ କମ୍ପାନୀଗୁଡିକୁ ସୂଚନା ଦିଆଯାଉଛି । ପରେ ସେହି ପୋର୍ଟାଲ ମାଧ୍ୟମରେ ଆବେଦନକାରୀ ରିହାତି ବା ସବସିଡ ପାଇପାରୁଛି ।
ଖାଉଟି ପ୍ରକ୍ରିୟାକରଣରେ ସରଳତା
ସବସିଡ ପ୍ରଦାନରେ କ୍ଷେତ୍ରରେ ବି ଅନେକ ସଫଳତା ମିଳିଛି । ଜୁନ ୨୦୨୪ ଆଦର୍ଶ ଆଚରଣ ବିଧି ସରିବା ପରେ ସବସିଡ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ନଭେମ୍ବର ୨୦୨୪ ସୁଦ୍ଧା ଚାରି ଲକ୍ଷରୁ ଅଧିକା ଖାଉଟିଙ୍କୁ ପ୍ରାୟ ୩୧ ଶହ କୋଟି ଟଙ୍କାର ସବସିଡ ଦିଆଯାଇଛି । ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ମାସିକ ପ୍ରାୟ ୬୭ ହଜାର ଘର ଏହି ସବସିଡ ପାଉଛନ୍ତି । ଏବେ ପ୍ରାୟ ପନ୍ଦର ଦିନ ଭିତରେ ଖାଉଟିମାନଙ୍କୁ ସବସିଡ ମିଳିପାରୁଛି ।
ସବସିଡ ପ୍ରଦାନରେ ସଫଳତା
ସବସିଡ ମିଳିବାରେ ସୁଲଭତା ଓ ବିଜୁଳି ବିଲରେ ଅହେତୁକ ହ୍ରାସ ଯୋଗୁଁ ଅଧିକରୁ ଅଧିକ ଲୋକେ ଏଭଳି ସୌର ପ୍ୟାନେଲ ବ୍ୟବହାର କରିବାକୁ ଚାହୁଁଛନ୍ତି । ୨୮ ପ୍ରତିଶତ ଘରେ ବିଜୁଳି ବିଲ ପ୍ରାୟ ଶୂନ୍ୟ ରହୁଥିବା ଦେଖିବାକୁ ମିଳିଛି ।
ସନ୍ତୁଷ୍ଟ ହିତାଧିକାରୀ
ଏହି ଯୋଜନାର ଉପାଦେୟତା ସମ୍ପର୍କରେ ବ୍ୟାପକ ସଚେତନତା ଅଭିଯାନ କରାଯାଉଛି । ଏପ୍ରକାର ଯୋଜନା ମାଧ୍ୟମରେ ଅଧିକରୁ ଅଧିକା ଲୋକେ ଏହାର ସୁଫଳ ନେବାକୁ ଆଗ୍ରହ ପରିପ୍ରକାଶ କରୁଥିବା କୁହାଯାଇଛି ।
ବ୍ୟାପକ ସଚେତନତା କାର୍ଯ୍ୟକ୍ରମ
ଛାତ ଉପରେ ସୌର ପ୍ୟାନେଲ ସଂସ୍ଥାପନ କ୍ଷେତ୍ରରେ ପିଏମ୍‌ଏସ୍‌ଜିଏମ୍‌ବିୱାଇ ଏକ ଯୁଗାନ୍ତକାରୀ ସରକାରୀ ଅଭିଯାନ । ସୁଦୃଢ ଭତିଭୂମି ସହ ଏହାର କାର୍ଯ୍ୟକାରିତା ସାମାଜିକ, ଆର୍ଥନୀତିକ ଅଗ୍ରଗତିରେ ବେଶ ସହାୟକ ହୋଇପାରିଛି । ଦେଶର ଲକ୍ଷ ଲକ୍ଷ ଘର ଏହାର ସୁଫଳ ପାଇବା ସହ ପରିବର୍ତନଶୀଳ ଶକ୍ତି କ୍ଷେତ୍ରରେ ଏହା ଏକ ବୈବ୍ଲବିକ ପରିବର୍ତ୍ତନ ଆଣିପାରିଛି ।

Leave A Reply

Your email address will not be published.