pakka

ଅଗଷ୍ଟ ୧୨ରେ ଆସିବ କରୋନା ଟୀକା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ସାରା ବିଶ୍ୱରେ କରୋନା ମହାମାରୀ ତାର କାୟା ବିସ୍ତାର କରି ସାରିଥିବା ବେଳେ କରୋନାକୁ ନେଇ ବିଶ୍ୱବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, କରୋନା ଟୀକା ଆସିବ କେବେ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁସାରେ ସାରା ବିଶ୍ୱରେ ୨୧ରୁ ଉର୍ଧ ଟୀକାକରଣ କ୍ଲିନିକାଲ୍ ଟ୍ରାଏଲ୍ ଜାରି ରହିଛି । ତେବେ ରୁଷ ସମସ୍ତଙ୍କଠାରୁ ଆଗରେ ରହିଥିବା କୁହାଯାଇଛି । ସୂଚନା ଅନୁସାରେ ଅଗଷ୍ଟ ୧୨ ତାରିଖ ଦିନ ରୁଷ କରୋନା ଟୀକାକୁ ପ୍ରଥମ ପଞ୍ଜିକରଣ କରିବ । ବିଶ୍ୱର ପ୍ରଥମ କରୋନା ଟୀକା ହେବ ରୁଷ ଦ୍ୱାରା ପ୍ରସ୍ତୁତ ଏହି ଟୀକା ବୋଲି ରୁଷୀୟ ବିଶେଷଜ୍ଞମାନେ ଦାବୀ କରନ୍ତି । ରୁଷର ଗବେଷଣା ପ୍ରତିଷ୍ଠାନ ଅଧୀନସ୍ଥ ଗମଲେୟା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଏହି ଟୀକା ବିକଶିତ ହେଉଥିବା ବେଳେ ଯଦି ମାନବ ପରୀକ୍ଷଣର ଶେଷ ପର୍ଯ୍ୟାୟ ସଫଳ ହେଲେ ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ ଟୀକା ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ରୁଷର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାସ୍କୋ ମତ ଦେଇଥିବା ଗଣମାଧ୍ୟମରୁ ଜଣାପଡ଼ିଛି ।

Leave A Reply

Your email address will not be published.

two + 1 =