pakka

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

bbehera

ସଇଁତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ଫାଣ୍ଡି ଟିକ୍ରାପଡା କୈଳାସ ବିଶ୍ୱାଳ(ପପୁ)ଆଜି ଦିନ ୧ଟା ସମୟରେ ନିଜ ଘରେ ଫ୍ୟାନରେ ନିଜେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ କୈଳାସ ଘରକୁ ଆସିବା ପରେ ଘରେ କୈ।ଣସି କଥାରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଘର ଭିତରକୁ ଯାଇ ଫ୍ୟାନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଟିକ୍ରାପଡା ଫାଣ୍ଡି ଅଧିକାରୀ ଏ.ପି.ସାହୁ ପ୍ରକାଶ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ କରୁଛି ।

Leave A Reply

Your email address will not be published.

two × 4 =