ଶ୍ରୀରାମଙ୍କ ଭୂମିକାରେ ଅଭିନୟ ପାଇଁ ଅରୁଣ ଗୋଭିଲ ଆଜି ବି ଦର୍ଶକଙ୍କ ମନରେ ରାଜ୍‌ କରୁଛନ୍ତି ‌

ମୁମ୍ବାଇ : ରମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲଙ୍କର ଆଜି ହେଉଛି ଜନ୍ମ ଦିନ । ସେ ୧୨ ଜାନୁଆରୀ ୧୯୫୮ରେ ମେରଠରେ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ପ୍ରସାରିତ ହେଉଥିବା ରାମାୟଣ ସିରିଏଲରେ ଅରୁଣ ଗୋଭିଲଙ୍କ ନିଖୁଣ ଅଭିନୟ ପାଇଁ ଦର୍ଶକ ତାଙ୍କୁ ପ୍ରକୃତରେ ଭଗବାନ ମାନୁଥିଲେ । ଅତ୍ୟନ୍ତ ସୌଭାଗ୍ୟର କଥା ପୂର୍ବ ବର୍ଷ ଲକଡାଉନ ପାଇଁ ରାମାୟଣ ପୁଣି ଥରେ ପ୍ରସାରଣ କରାଯାଇଥିଲା । ଲୋକମାନେ ଏହି ଧାରାବାହିକାକୁ ଏତେ ପସନ୍ଦ କରିଥିଲେ ଯେ ଟିଆର୍ପିର ନୂଆ ରେକର୍ଡ ହୋଇଥିଲା । ରାମାୟଣ ଧାରାବାହିକ ସବୁଠାରୁ ଅଧିକ ଦେଖାଯାଇଥିବା ଏବଂ ଦର୍ଶକଙ୍କ ପ୍ରିୟ ଭାବେ ଆଦୃତ ହୋଇଥିଲା ।

Leave A Reply

Your email address will not be published.