csstore

ଆସନ୍ତାକାଲି ଅନୁଷ୍ଠିତ ହେବ କ୍ୟାନ୍ସର ସଚେତନତା ରାଲି

ବରଗଡ, (ନିରୋଜ କୁମାର ପାଣୀ) : କ୍ୟାନ୍ସର ରୋଗର ଚିହ୍ନଟ ଓ ଚିକତ୍ସା ଯେତେ ଆବଶ୍ୟକ ଅଟେ ତା’ଠୁ ଢେର ଅଧିକ ଆବଶ୍ୟକ ଅଟେ ଲୋକଙ୍କୁ କ୍ୟାନ୍ସର ବିଷୟରେ ସଚେତନ କରିବା କାରଣ ଆମେ ପ୍ରତ୍ୟେକ ଦିନ ଏମିତି କିଛି ଦ୍ରବ୍ୟ ବ୍ୟବହାର କରୁଛୁ ଯାହା କ୍ୟାନ୍ସରର ମୁଖ୍ୟ କାରଣ ହୋଇପାରେ ତେବେ ଆସନ୍ତାକାଲି ଜାତୀୟ କ୍ୟାନ୍ସର ସଚେତନତା ଦିବସ ଅବସରରେ ସଂକଳ୍ପ ପରିବାର, ବରଗଡ଼ ତରଫରୁ ଜନ ସଚେତନତା ରାଲି ଆୟୋଜନ କରାଯିବ । ତେବେ ଆସନ୍ତୁ ଏହି ଜନ ସଚେତନତା ରେଲିରେ ଭାଗ ନେଇ ଲୋକଙ୍କୁ ସଚେତନ କରିବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବରଗଡ ସଂକଳ୍ପ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

jayashree
Leave A Reply

Your email address will not be published.